ଏଥର ପ୍ରତିଯୋଗୀ ଙ୍କ ମନଲାଖି ହେବ ସେଲ୍ଫି ପଏଣ୍ଟ
ବାରିପଦା : ଆସନ୍ତା ନଭେମ୍ବର ମାସ ୧୬ ଓ ୧୭ ତାରିଖ ଶନିବାର ଓ ରବିବାର ଦୁଇଦିନ ଧରି ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରରେ ଦଶମ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ଅନୁଷ୍ଠିତ ହେବ l ଏଥି ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ପ୍ରକଳ୍ପ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ମୟୁରୀ ର ପ୍ରତିଷ୍ଠାତା ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ବେହେରା ସଭାପତିତ୍ଵ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବୈଠକରେ ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ଦାଶ, ଆଡଭୋକେଟ କ୍ଷେତ୍ର ମୋହନ ପଣ୍ଡା, ରଜନୀ ବାରିକ, ବାସନ୍ତିଲତା ମହାପାତ୍ର, ପ୍ରୀତିସୁଧା ତ୍ରିପାଠୀ, ଇତିଶ୍ରୀ ସାହୁ , କିଚକ ବେହେରା, ବିଳ୍ପବ ଦାଶ , ସାଇପ୍ରକାଶ ମହାନ୍ତି, ଦର୍ଶନା ଭଞ୍ଜଦେଓ, ରେଣୁବାଳା ରଥ, ସୁନୀତା କୁଅଁର, ପ୍ରଣତି ପଟ୍ଟନାୟକ, ପ୍ରଭାତ ସାହୁ, ସୋମନାଥ ସିଂ , ବିଶ୍ଵ ବିଜୟୀ ପଣ୍ଡା ଏବଂ ଅଭିଷେକ ଯାଦବ ପ୍ରମୁଖ ଉପସ୍ଥିତ ରହିକାର୍ଯ୍ୟକ୍ରମ ର ସଫଳ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ଦୁର୍ଗାପୂଜା ଛୁଟି ଖୋଲିବା ପରେ ଶିଶୁ ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ରେ ସଂସ୍କାର କାର୍ଯ୍ୟକ୍ରମ ଜରିଆରେ ନୂତନ ପ୍ରତିଭା ଅନ୍ବେଷଣ କରାଯିଵାକୁ ନିଷ୍ପତ୍ତି ହୋଇଛି l ପୂର୍ବ ପରି ଶିଶୁ ମହୋତ୍ସବ ରେ ଦୁଇ ଦିନ ଧରି ଅନେକ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ନୂଆ ପ୍ରତିଯୋଗିତା ମଧ୍ୟରେ ରିଲସ କମ୍ପିଟିସନ, ଆଙ୍କର କି ଖୋଜ ଏବଂ ମୟୂରଭଞ୍ଜ ର ଇତିହାସ, ପର୍ଯ୍ୟଟନ ଓ ସାହିତ୍ୟ ସଂସ୍କୃତି କୁ ନେଇ ଏକ ଭିନ୍ନ ଧରଣର ଜ୍ଞାନ ଗର୍ଭକ କୁଇଜ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ସହିତ ଏଥର ପ୍ରତିଯୋଗୀଙ୍କ ମନଲାଖି ଏକ ସେଲ୍ଫି ପଏଣ୍ଟ କରିବାକୁ ବିଷ୍ପତ୍ତି ସହ ସେଲ୍ଫି ଚ୍ୟାଲେଞ୍ଜ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ରେ ମହୋତ୍ସବ କୋର କମିଟି ମୋହର ହୋଇଛି l