Onn 3

ଆଇଏଏସ ପ୍ରଣୀତା ଦାଶଙ୍କୁ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ତରଫରୁ ସମ୍ବର୍ଦ୍ଧନା

State

ବାରିପଦା: ବାରିପଦା ଶହୀଦ ସ୍ମୃତି ଭବନ ଠାରେ ସର୍ବଭାରତୀୟ ପ୍ରଶାସନିକ ସେବାରେ 42 ତମ ସ୍ଥାନ ଅଧିକାର କରିଥିବା ମୟୁରଭଞ୍ଜ ମାଟିର ଝିଅ ପ୍ରଣୀତା ଦାଶଙ୍କୁ ବିଭିନ୍ନ ଅନୁଷ୍ଠାନ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ I ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତି ମଧ୍ୟ ମୟୁରଭଞ୍ଜ ମାଟିର ସୁକନ୍ୟା ପ୍ରଣୀତାଙ୍କୁ ତାଙ୍କର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛି I ମୟୁରଭଞ୍ଜ ଜିଲ୍ଲାରୁ ପ୍ରଥମ ମହିଳା ଭାବେ ଆଇଏଏସ ପାଇଥିବାରୁ ସେ ସମସ୍ତ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି ବୋଲି ସମିତିର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି I

ସୀମାନ୍ତ ଇଞ୍ଜିନିୟରିଙ୍ଗ କଲେଜ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବାରିପଦା ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ୱାର୍ଲଡ ଇଞ୍ଜିନିୟରିଙ୍ଗ ଫେଡେରେସନର ଉପସଭାପତି ଇଂ ଅଶୋକ କୁମାର ବସାଙ୍କ ଗହଣରେ ସମିତିର କର୍ମକର୍ତ୍ତା ବିମଳ କୁମାର ଆଚାର୍ଯ୍ୟ, ସୋମନାଥ ସିଂହ, ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ହରେକୃଷ୍ଣ ବାରିକ, ଯାମିନୀକାନ୍ତ ପଣ୍ଡା, ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ଆଇଏଏସ ପ୍ରଣୀତା ଦାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ I