Onn 3

ଚେନ୍ନାଇରେ ଅନୁଷ୍ଠିତ ଆଦିବାସୀ ଚିତ୍ରଶିଳ୍ପୀ ଶିବିରରେ ମୟୁରଭଞ୍ଜର ମହେଶ୍ୱର

State

ବାରିପଦା: ଓଡିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଦ୍ୱାରା ଚେନ୍ନାଇର ଚୋଳମଣ୍ଡଳ ଶିଳ୍ପୀ ଗ୍ରାମ ଠାରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଆଦିବାସୀ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଯାଇଛି I ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଓଡିଶାର ପୁରପଲ୍ଲୀରେ ରହୁଥିବା 25 ଜଣ ଆଦିବାସୀ ଶିଳ୍ପୀ ଏହି ଶିବିରରେ ଯୋଗ ଦେଇ ସଉରା ଜନ ଜୀବନର ବିଭିନ୍ନ ଘଟଣା ଓ ବିଷୟବସ୍ତୁକୁ ନେଇ କ୍ୟାନଭାସ ଉପରେ ତିନି ଦିନ ଧରି ଆଦିବାସୀ ଚିତ୍ରକଳା ଅଙ୍କନ କରିଥିଲେ I

ସେମାନଙ୍କ ମଧ୍ୟରେ ଥିଲେ ବାରିପଦା ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଳା ଶିକ୍ଷକ ମହେଶ୍ୱର ମାରାଣ୍ଡି I ଶୁଳିଆପଦା ବ୍ଲକର ଦେଉଳି ଗ୍ରାମର ଶ୍ରୀ ମାରାଣ୍ଡି ଚମତ୍କାର ଚିତ୍ରକଳାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବେଶ ପ୍ରଶଂସିତ ହୋଇଥିଲେ I ସମ୍ମାନିତ ହୋଇଥିବା ଶ୍ରୀ ମାରାଣ୍ଡି ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରଧାନ ଶିକ୍ଷକ ସୋମନାଥ ସିଂହ ପ୍ରକାଶ କରିଛନ୍ତି I