Onn 3

ପୋଖରୀରେ ବୁଡି ୯ ବର୍ଷର ଶିଶୁ ମୃତ

State

ବାରିପଦା: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ହଳଦା ପଞ୍ଚାୟତର ଭଂଜସରା ଗ୍ରାମ୍ଯ ପୋଖରୀରେ ବୁଡି ୯ ବର୍ଷର ଶିଶୁର ସଲିଳ ସମାଧି ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଜସରା ଗ୍ରାମର ସାଉଁନା ମୁର୍ମୁଙ୍କ ୯ ବର୍ଷର ପୁଅ ଅନିଲ ମୁର୍ମୁ ଆଜି ଅପରାହ୍ନରେ ପୋଖରୀରେ ମୃତ୍ୟୁର ଶିକାର ହୋଇଥିଲେ ।ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ କରାଯିବ ।