Onn 3

ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

State

 

image-1-32

ପୁରୀ: ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା । ଦୁଇଟି ପ୍ରସଙ୍ଗରେ ସିଂହଦ୍ଵାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ବିଧର୍ମୀ ଗୋମାଂସ ଭକ୍ଷଣକାରୀ କାମିଆ ଜାନୀଙ୍କ ମହାପ୍ରସାଦ ସେବନ ସହ ପ୍ରଚାରପ୍ରସାର ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶକୁ ବିରୋଧ କରି ଥାନାରେ ଏତଲା ଦେଲେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

କାମିଆ ଜାନୀ ଙ୍କୁ 5-ଟି ଅଧକ୍ଷ ଭି.କେ ପାଣ୍ଡିଆନ ଶ୍ରୀମନ୍ଦିର ଭିତରକୁ ନେଇଥିବାରୁ ତାଙ୍କ ନାମରେ ମଧ୍ୟ ଏତଲା ଦେଇଛି ସେନା । ସେପଟେ ଆସନ୍ତା ୩୧ ତାରିଖରେ ପ୍ରବଳ ଭକ୍ତ ଙ୍କ ଭିଡକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କୁ ପହୁଡ ନକରିବା ପ୍ରତିକ୍ରିୟା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିଲେ ।

ତେଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭଳି ନିଷ୍ପତ୍ତି ପରମ୍ପରା ବିରୋଧୀ କହିବା ସହ ତାଙ୍କ ବିରୁଦ୍ଧରେ ମଧ୍ୟ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।