ରାହୁଲ ଗାନ୍ଧୀ ଆର୍ଥିକ ନ୍ୟାୟ, ସାମାଜିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ଏହି ତିନି ପ୍ରସଙ୍ଗ ନେଇ ଲୋକଙ୍କୁ ପାଖକୁ ଯିବେ।
ଭାରତ ନ୍ୟାୟ ଯାତ୍ରାରେ ରାହୁଲ ମଣିପୁର, ନାଗଲାଣ୍ଡ, ଆସାମ, ମେଘାଳୟ,ପଶ୍ଚିମବଙ୍ଗ,ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼,ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଯିବେ।
ଆସନ୍ତାକାଲି କଂଗ୍ରେସ ଦଳର ୧୩୮ତମ ପ୍ରତିଷ୍ଠା ଦିବସ ନାଗପୁରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଯାତ୍ରା କରୁଥିବା ପ୍ରଦେଶର ପିସିସି ସଭାପତିଙ୍କ ସହ ରଣନୀତି ପ୍ରସ୍ତୁତ ହେବ। ପୂର୍ବରୁ ରାହୁଲ ଗାନ୍ଧୀ ୫ମାସ ଧରି କନ୍ୟାକୁମାରୀରୁ କାଶ୍ମୀର ଭାରତ ଯୋଡ଼ ଯାତ୍ରା କରିଥିଲେ।