Pustak Unmachan

କବିତା ପୁସ୍ତକ “ଶୋଭନ” ଓ “ଶୋଭେଶ” ଉନ୍ମୋଚ଼ିତ

Religion and Cult State

ବାରିପଦା: ବରିଷ୍ଠ କବି ହରନାରାୟଣ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ ଦ୍ବୟ “ଶୋଭନ” ଓ “ଶୋଭେଶ” ଉନ୍ମୋଚିତ ହୋଇଯାଇଛି ଜ୍ଝ ଚିତ୍ତରଞ୍ଜନ ପତି ଫାଉଣ୍ଡେସନ ର ଆବାହକ ଡ ମନତୋଷ କୁମାର ପତି , ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ କବି ଅମିତାଭ ମିଶ୍ର , ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକ ଦ୍ବୟ ଉନ୍ମୋଚ଼ନ କରିବା ସହ କବିଙ୍କର ମହନୀୟ ଉଦ୍ୟମର ପ୍ରଶଂସା କରିଥିଲେ ଜ୍ଝ କିଶୋର ସାହିତ୍ୟ ଭିତ୍ତିକ ଏହି କବିତା ପୁସ୍ତକ ଦ୍ଵୟରେ ବହୁ ଶିକ୍ଷଣୀୟ କବିତା ସ୍ଥାନିତ । ଅଦ୍ୟାବଧି କବିଙ୍କ ଲିଖିତ ୪୮ ଟି ପୁସ୍ତକ ପ୍ରକାଶିତ । ଅନ୍ୟାନ୍ୟ ପୁସ୍ତକ ଭଳି ଉନ୍ମୋଚିତ ପୁସ୍ତକଦ୍ଵୟ ନିଶ୍ଚିତ ଭାବେ ପାଠକୀୟ ସ୍ୱୀକୃତି ଲାଭ କରିବ ବୋଲି କବି ଆଶାବ୍ୟକ୍ତ କରିଛନ୍ତି ।