Photo

ମୟୁରଭଞ୍ଜ ଜିଲାର ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ମତଦାନ ହାର ୭୭.୫୨ ପ୍ରତିଶତ

Politics State

ବାରିପଦା: ଜୁନ ୧ ତାରିଖ ଥିଲା ଅନ୍ତିମ ପର୍ଯ୍ୟାୟ ମତଦାନ । ଏହି ଅନ୍ତିମ ପର୍ଯ୍ୟାୟ ମତଦାନ ରେ ମୟୁରଭଞ୍ଜ ଜିଲାର ଆଠଗୋଟି ବିଧାନସଭା ସମେତ ଏକ ଗୋଟି ଲୋକସଭା ଆସନ ପାଇଁ ଭୋଟିଂ ହୋଇଅଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲାର ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ରେ ସର୍ବାଧିକ ମତଦାନ ୭୭.୫୨ ହୋଇଥିବାବେଳେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୬୯.୭୬ ମତଦାନ ହୋଇଅଛି । ସେହିପରି ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଯଶିପୁର ୭୫,୪୫ , ସାରସକଣା ୭୧.୨୫, ଉଦଳା ୭୫.୭୮ , ବଡସାହି ୭୨.୨ , ବାରିପଦା ୭୧.୯୮ ଏବଂ ମୋରଡା ୭୫.୦୨ ପ୍ରତିଶତ ମତଦାନ ହୋଇଅଛି ।

ଏହା ପୂର୍ବରୁ ମୟୁରଭଞ୍ଜଜିଲାର କରଞିଆ ନିର୍ବାଚନ ମଣ୍ଡଳୀ ପାଇଁ ମଇ ୨୫ ତାରିଖ ମତଦାନ ସମାପ୍ତ ହୋଇଅଛି । ମତଦାନ ଦିବସ ଦିନ ଖରା ଏବଂ ଅସହ୍ୟ ଗୁଳୁଗୁଳି ପାଇଁ ପୂର୍ବାହ୍ନ ରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ମତଦାନ ର ପ୍ରତିଶତ କମଥିବାବେଳେ ଅପରାହ୍ନରେ ପାଗରେ ସାମାନ୍ୟ ପରିବର୍ତ୍ତନ ଯୋଗୁଁ ମତଦାନ ର ହାର ବଢିଥିଲା । ମତଦାନ ର ସମାପ୍ତି ପରେ ସମସ୍ତ ନିର୍ବାଚନ ମଣ୍ଡଳୀ ରୁ ମିଳିଥିବା ମତଦାନ ର ହାର ସଠିକ ଜଣାପଡିନଥିବାବେଳେ ଆଜି ଏହାର ସଠିକ ତଥ୍ୟ ସରକାରୀ ଭାବେ ପ୍ରକାଶ ପାଇଅଛି । ଜିଲାରେ ନିର୍ବାଚନ ଶାନ୍ତିଶୃଙ୍ଖଳା ର ସହିତ ସମାପ୍ତ ହୋଇଥିବାବେଳେ କିଛି ବୁଥରେ ଇଭିଏମ ମେସିନ ର ତୃଟି ଯୋଗୁଁ ଭୋଟିଂ ରେ ସାମାନ୍ୟ ବିଳମ୍ବ ଘଟିଥିଲା ।