Crime Bbsr 750x430 1 750x430

୭ ରୋଡ୍ ରୋମିଓଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୁଲିସ୍

Crime State

ଭୁବନେଶ୍ଵର: ମେଜର ଏବଂ ବାନ୍ଧବୀଙ୍କୁ ରୋଡ୍ ରୋମିଓ ଦୁର୍ବ୍ୟବହାର କରିବା ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ୭ ଯୁବକଙ୍କୁ ନେଇ ଚନ୍ଦକା ପୁଲିସ୍ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି। ପୁଲିସ୍ ଘଟଣାରେ ଫେରାର୍ ଥିବା ଆଉ ୩ରୁ ୪ ଯୁବକଙ୍କୁ ଖୋଜୁଛି। ଶୁକ୍ରବାର ଭାଇରାଲ ହୋଇଥିବା ଭିଡିଓକୁ ଆଧାର କରି ପୁଲିସ୍ ୭ ଯୁବକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।
ସେପଟେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ତଦନ୍ତ କରୁଛି । ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା କହିଛନ୍ତି ଯେ ତଦନ୍ତରେ କୌଣସି ପକ୍ଷପାତିତା କରାଯିବ ନାହିଁ। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ରାତି ତମମା ଜେରା କରୁଛି କ୍ରାଇମବ୍ରାଞ୍ଚ। ପଚରାଉଚରା ବେଳେ ସମସ୍ତ ତଥ୍ୟର ତର୍ଜମା ଚାଲିଛି।