Img 20240602 Wa0197

ଜୁଲାଇ ମାସ ୧ ତାରିଖରୁ ନୂତନ ବୃକ୍ଷ ରୋପଣ ସହିତ ଯତ୍ନ ନେବା କାର୍ଯ୍ୟକ୍ରମ ଆରମ୍ଭ ହେବ : ଭଞ୍ଜସେନା 

State
ବାରିପଦା: ଚଳିତ ଗ୍ରୀଷ୍ମ ରୁତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉତ୍ତପ୍ତ ହୋଇପଡିଥିବା ମୟୁରଭଞ୍ଜ ର ସଦର ମହକୁମା ବାରିପଦା ସହର ବହୁବାର ବିଶ୍ୱର ୧0 ଗୋଟି ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ସହର ଭାବେ ବିଶ୍ୱରେ ପରିଚିତ ହୋଇପାରିଲା, ଏଣୁ ଆଗାମୀ ଦିନରେ କିଭଳି ଏଭଳି ସମସ୍ୟା କୁ ମୁକାବିଲା କରିହେବ ସେବାବଦରେ “ଶିମିଳିପାଳ ବଞ୍ଚିଲେ, ଆମେ ବଞ୍ଚିବା” ,  “ମୁଁ ବଞ୍ଚିବା ପାଇଁ ବୃକ୍ଷରୋପଣ କରିବି । ଦୁନିଆ ପାଇଁ ଜଙ୍ଗଲ ସୃଷ୍ଟି କରିବି । ଜଙ୍ଗଲ ଓ ଗଛକୁ ବଞ୍ଚିଥିବା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇବି । ଗଛର ଶତ୍ରୁକୁ ମୋର ଶତ୍ରୁ ବୋଲି ଭାବିବି”                      ସ୍ଲୋଗାନ କୁ ବାସ୍ତବତାରେ ପରିଣତ କରିବା ସକାଶେ ପୂର୍ଵ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି  ଜୁନ ମାସ ୨ ତାରିଖ ରବିବାର ଦିନ ସଖାଳ ୧୧ ଘଟିକା ସମୟରେ ବାରିପଦା କେ.ସି. ସର୍କଲ ନିକଟସ୍ଥ ସାଇ ବିନାୟକ କଲ୍ୟାଣ ମଣ୍ଡପ ଠାରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାରୁ ସଂଗଠନର ବରିଷ୍ଠ କର୍ମକର୍ତ୍ତା ଏବଂ ସବୁ ବର୍ଗର ଲୋକଙ୍କୁ ନେଇ  ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |
ବୈଠକ ରେ ହୋଇଥିବା ନିଷ୍ପତ୍ତି ଗୁଡିକ ହେଲା;
1) ଜୁଲାଇ ୧ ତାରିଖରୁ ଜିଲ୍ଲାର 40/50 ଗୋଟି ଧାର୍ମିକ ପୀଠ ରେ ଚନ୍ଦନ ଗଛ ଲଗାଇ ବ୍ୟାପକ ଭାବେ “ବୃକ୍ଷ ରୋପଣ” କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ |
2) ଜିଲ୍ଲାର ବିଭିନ୍ନ ନଦୀ ଓ ପୋଖରୀ କୂଳରେ ବର ଗଛ, ଅଶ୍ଵସ୍ଥ ଗଛ,ତାଳ ଗଛ ପରି ଗଛ ଲଗାହେବ |
3) ଜିଲ୍ଲାର ସମସ୍ତ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ଭାବେ 3/4 ବର୍ଷର ବଉଳ, ନିମ୍ବ, ଜାମୁକୁଳି,କରଞ୍ଜ, କୁସୁମ, ଆମ୍ବ, ପଣସ ପରି ଅନ୍ୟାନ୍ୟ ଔଷଧୀୟ ଗଛ ସହିତ ପଶୁ ପକ୍ଷୀଙ୍କ ପାଇଁ ଫଳନ୍ତି ଗଛ ମଧ୍ୟ ରୋପଣ କରାଯିବ |
4) ଦିଶାହୀନ ତଥା ଧର୍ମ କୁ ଆଖିଠାର ଭଳି ବନ୍ୟ ବିଭାଗ ସହିତ ଅନ୍ୟାନ୍ୟ ସରକାରୀ ବିଭାଗ ଏବଂ ବିଭିନ୍ନ ଏନ.ଜି.ଓ ମାନଙ୍କ  ଦ୍ୱାରା ପ୍ରତିବର୍ଷ ହେଉଥିବା ଵୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ବେସରକାରୀ ଭାବେ “ଭଞ୍ଜସେନା ଦୁର୍ନୀତି ନିବାରଣ ଶାଖା” ଗଠନ ହୋଇ ସଠିକ କାର୍ଯ୍ୟ କରେଇବା ପାଇଁ  ବିଭାଗ ଗୁଡିକ ଉପରେ ଚାପ ପ୍ରୟୋଗ କରିବ |
5) ବିଭିନ୍ନ ବିଭାଗ ପକ୍ଷରୁ ଏବେ ହେଉଥିବା ଡ୍ରେନେଜ କାର୍ଯ୍ୟ ଗୁଡିକର “ୟୁ” ଭଳି ଆକାର ନ ହୋଇ ରାଜା ରାଜୁଡା ସମୟରୁ ହୋଇଥିବା “ଭି” ଆକାର ର କରାଯିବା |
6) ବାୟୁ ମଣ୍ଡଳକୁ ପ୍ରଦୂଷଣ କରୁଥିବା ପ୍ରତ୍ୟେକ ବ୍ୟବସ୍ଥାୟୀ ସଂସ୍ଥା ଗୁଡିକୁ ଵୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରାଯିବ ଏବଂ ଯୋଉଁସଂସ୍ଥା ନ ମାନିବ ଆବଶ୍ୟକ ପଡିଲେ ତାର ବ୍ୟବସାୟୀ ସଂସ୍ଥା ସମ୍ମୁଖ ଗେଟ ଆଗରେ ବସି ଆନ୍ଦୋଳନ କରାଯିବ |
7) ପ୍ରତ୍ୟେକ ସରକରୀ ସଂସ୍ଥା ଗୁଡିକୁ ବିକାଶ କରିବା ଆଳରେ ଗଛ କାଟିବାକୁ ଦିଆଯିବନାହିଁ, ଅତି ଆବଶ୍ୟକ ପଡିଲେ ଅନ୍ୟ ଜାଗାରେ ସରକରୀ ନିୟମ ଅନୁଯାୟୀ ବୃକ୍ଷ ରୋପଣ କରିବେ |
8) ସମସ୍ତ ସାଧାରଣ ଜନତା ନିଜ ବାଡ଼ିରେ ସମ୍ଭବ ଅନୁଯାୟୀ ଵୃକ୍ଷ ରୋପଣ କରି ବଡ଼ ହେଲାପର୍ଯ୍ୟନ୍ତ ତାର ଯତ୍ନ ନେବେ |
9) ସହର ଗୁଡିକୁ ଚକାଚକ କରିବା ଆଳରେ ସବୁ ଆଡେ ପଡୁଥିବା ପେବର ବ୍ଲକ ର ବ୍ୟବହାରିତା କମ କରାଯିବା ସହିତ ପୋଖରୀ ଓ ନଦୀ ତୁଠ ଗୁଡିକରେ ସିମେଣ୍ଟ ଦ୍ୱାରା ହେଉଥିବା ପଥର ପ୍ୟାକିଙ୍ଗ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା |
  ଆଜିର ପ୍ରସ୍ତୁତି ବୈଠକରେ ଜିଲ୍ଲା ଉପାଧ୍ୟକ୍ଷ ଜିତେନ୍ଦ୍ର ହେମ୍ବ୍ରମ, ଲାଲ ବାହାଦୁର ମହାନ୍ତି, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ମହିଳା ଶାଖା ସଭାନେତ୍ରୀ କନିକା ବୋଷ, ଉପସଭାପତି ରାକେଶ ମହାନ୍ତି, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି,ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ,କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଞ୍ଜୟ ହାଁସଦା,ବାରିପଦା ଉପଖଣ୍ଡ ସାଧାରଣ ସମ୍ପାଦକ ମନୋରଞ୍ଜନ ବାରିକ, ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି, ବାରିପଦା ଆଦିବାସୀ ଶାଖା ସହର ସଭାପତି ସିଙ୍ଗରାୟ ହେମ୍ବ୍ରମ, ବାରିପଦା ସହର ଶାଖା ସାଧାରଣ ସମ୍ପାଦକ ଅମିତ କୁମାର, ଭାଗବତ ହେମ୍ବ୍ରମ, ପ୍ରମୁଖ ଙ୍କ ଜିଲ୍ଲା ର ବହୁ ଯୁବ ଓ ଛାତ୍ର ସଂଗଠକ ମାନେ ସାମିଲ ହୋଇଥିଲେ ତାସହିତ ଆଜିକାର ପ୍ରସ୍ତୁତି ବୈଠକରେ ପରିବେଷବିତ ଭାନୁମିତ୍ର ଆଚାର୍ଯ୍ୟ, ସମାଜସେବୀ ସଂଜୀବ ଦ୍ବିବେଦୀ, ବଳଦେବ ଶତପଥୀ, ରାକେଶ ଦାସ  ପ୍ରମୁଖ ମାନେ ମଧ୍ୟ ଉପସ୍ଥିତ ହୋଇ ଗଛ ଲଗାଇବା ଓ ବଡ଼ ହେବା ପର୍ଯ୍ୟନ୍ତ ତାର ଯତ୍ନ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |