Onn 3

ପଂଚାୟତ ସ୍ତରୀୟ କିଶୋରୀ ମେଳା

State

ଆଗରପଡ଼ା :ବନ୍ତ ବ୍ଳକ ରାମଚନ୍ଦ୍ରପୁର ପଂଚାୟତରେ ପଂଚାୟତସ୍ତରୀୟ କିଶୋରୀ ବାଳିକା ମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ସରପଂଚ ପ୍ରୀୟଙ୍କା ପ୍ରୀୟଦର୍ଶନୀ ଦାସ ଆନୁଷ୍ଟାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି ସୁପରଭାଇଜର ମୀତାରାଣୀ ବାନରା,ପ୍ରାକ୍ତନ ସରପଂଚ ପୁର୍ଣର୍ଚନ୍ଦ୍ର ରାଉତ,ଅଙ୍କନବାଡ଼ି କର୍ମୀ ଓ ସହାୟିକା ପୁର୍ଣ୍ଣପ୍ରଭା ରାଉଳ,ସ୍ୱାଗତିକା ନାୟକ,ସୁକାନ୍ତି ଦାସ, ପାର୍ବତୀ ଦାଶ, ଆଲୋକପ୍ରଭା ଜେନା,ପ୍ରଭାମୟୀ ଜେନା ଏବଂ ମାନସୀ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ । ଏହି ଅବସରରେ କିଶୋର ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।