Ov

ନୂଆ ସରକାରଙ୍କର ୨ ମାସରେ ବନ୍ଧା ହେଲେଣି ୩୯ ସରକାରୀ ବାବୁ

State

ଭୁବନେଶ୍ବର: ଶାସନକୁ ଆସିବା ପରେ ଆକ୍ସନ ମୋଡରେ ମୋହନ ସରକାର । କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ଧରାପଡିଲେଣି ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କର ଭିଜିଲାନ୍ସ ଚଢାଉ ପ୍ରଶ୍ନ ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୮୦ ଦିନରେ ୩୯ଜଣ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ରେଡ୍ କରିଛି । ଏହାସହିତ ୪୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଜବତ କରାଯାଇଛି ।

ସେହିପରି ଗତ ବର୍ଷକ ଭିତରେ ପାଖାପାଖି ୧୧୫ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଜବତ କରାଯାଇଛି ।