Mixcollage 28 Feb 2025 01 33 Pm

ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍

State

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCS ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚଲ୍ଲଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ପାଇଁ ଅଟକ ରଖିଲା ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ବ୍ରାଞ୍ଚ୍‌ ଇନଚାର୍ଜ୍‌ଙ୍କ ୨ ଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍‌ ।

ଜଣେ ବାଜରା ଚାଷୀଙ୍କୁ ଲାଞ୍ଚ ମାଗିଥିଲେ ସିମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି LAMPCSର ବ୍ରାଞ୍ଚ୍‌ ଇନଚାର୍ଜ୍‌ ସତ୍ୟନାରାୟଣ ଚଲ୍ଲଣ । ବାଜରା ବସ୍ତା ପ୍ରତି ୪୫ ଟଙ୍କା ହିସାବରେ ୧୧୭ଟି ବସ୍ତା ପାଇଁ ୫୦୦୦ରୁ ଅଧିକ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏହି ଲାଞ୍ଚ ଟଙ୍କାକୁ କମାଇ ସେ ୩୦୦୦ ଟଙ୍କା ମାଗିଥିଲେ । ଲାଞ୍ଚ ନଦେଲେ ସେ ବାଜରା ବସ୍ତା ଗୁଡିକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ ।

ଏ ସମ୍ପର୍କରେ ଜାଣିବାକୁ ପାଇ ଭିଜିଲାନ୍ସ ଟିମ୍‌ ପୂର୍ବରୁ ଛକି ବସିଥିଲା । କୁନ୍ଦୁଲି LAMPCS ସ୍ଥିତ ଅଫିସ୍‌ରେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କୁ ଅଟକ କରିଛି । ତାଙ୍କ ପାଖରୁ ସମସ୍ତ ରଙ୍ଗ ବୋଳା ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି । ଏହି ଚଢାଉ ପରେ ସତ୍ୟନାରାୟଣ ଚଲ୍ଲଣଙ୍କ ନାଁରେ ମାମଲା ରୁଜୁ କରି ତାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ ।