Photo For The News Of Kolipada

ଘଟଣାର ୬ମାସ ପରେବି ନ୍ୟାୟ ପାଇବାରୁ ବଂଚିତ ଗ୍ରାମବାସୀ, କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଚେତାବନୀ

State

ଆଗରପଡ଼ା :ଗତ ଜାନୁଆରୀ ମାସ ୩୧ ତାରିଖରେ ବନ୍ତ ଥାନା ଅନ୍ତର୍ଗତ ଧନିଓଝା (କୋଳିପଦି)ଗ୍ରାମରେ ଥିବା ଏକ ଖାଲରେ କୋଳିପଦି ଗ୍ରାମର ଲୋକେ ପାଣି ଶୁଖାଇ ମାଛ ଧରିବା ପାଇଁ ପମ୍ପ ଲଗାଇଥିଲେ । ସନ୍ଧ୍ୟା ସମୟରେ ପ୍ରାୟ ୨୦ରୁ ଉର୍ଦ୍ଧ ଲୋକ ଆସି ଏହି ମାଛଧରାକୁ ବିରୋଧ କରିବା ସହ ବିଭିନ୍ନ ପ୍ରକାର ଅସଭ୍ୟ ଓ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବାସହିତ ଜାତିୟଣା ଆକ୍ଷେପ କରିଥିଲେ । ଏହାକୁ କୋଳିପଦା ଯେନା ସାହିର ଲୋକେ ବିରୋଧ କରିଥିଲେ । କିନ୍ତୁ ଆସିଥିବା ୨୦ରୁ ଉର୍ଦ୍ଧ ଲୋକ ସେହି ଯେନା ସାହି ଗ୍ରାମର ଖାଲ ପାଖରେ ଉପସ୍ଥିତ ଥିବା ନିତ୍ୟାନନ୍ଦ,ସେମାନାଥ ଓ ବୈଦ୍ୟନାଥ ଯେନା ପ୍ରମୁଖଙ୍କୁ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲେ । ଏହି ଖବର ପାଇ ଅନ୍ୟ ଗ୍ରାମବାସୀ ଗଣ୍ଡଗୋଳ ରୋକିବାକୁ ଆସିବାରୁ ସେମାନେ ମଧ୍ୟ ଅପରପକ୍ଷଙ୍କ ଆକ୍ରୋଶର ଶିକାର ହୋଇ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାକୁ ନେଇ ସେତେବେଳେ ଅଧିକାରୀ ଯେନା ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ବନ୍ତ ପୋଲିସ ଥାନାରେ ଏକ ମାମଲା ରୁଜ୍ଜ୍‌ୁକରି ଘଟଣାର ତଦନ୍ତ ମଧ୍ୟ କରିଥିଲା । ଘଟଣାକୁ ଇତି ମଧ୍ୟରେ ୬ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ଦୋଷୀଙ୍କ ବୁରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ମାଡ଼ଖାଇଥିବା ଲୋକେ ଦଣ୍ଡ ପାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ତୁରନ୍ତ ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ବନ୍ତ ଥାନା,ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀମାନେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି ।