Photo2 For The News Of Bankatira Tumbhapadi Road

ପ୍ରଶାସନିକ ଉଦାସୀନତାର ନମୁନା, ଶେଷରେ ଗ୍ରାମବାସୀ ମରାମତି କଲେ ରାସ୍ତା

State

ଆଗରପଡ଼ା :ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ବାଙ୍ଗତୀରା-ତୁମ୍ଭାପଦୀ ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରୁନାହିଁ । ପ୍ରଶାସନର ଏହିପରି ଉଦାସୀନତାକୁ ଦେଖି ଶେଷରେ ବାଧ୍ୟ ହୋଇ ଗାଁ ରାସ୍ତା ମରାମତି କଲେ ଗ୍ରାମବାସୀ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ତ ବ୍ଳକ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ଦୁଇଟି ଗାଁ ବାଙ୍କତିରା ଓ ତୁମ୍ଭାପଦୀ ଠାରେ । ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ବାଙ୍କତିରା ଓ ତୁମ୍ଭାପଦୀ ଦୁଇଟି ଗାଁ । ସାମାନ୍ୟ ମୌଳିକ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଆସୁଛନ୍ତି ଉକ୍ତ ୨ଗାଁର ବାସୀନ୍ଦା ,ଯାହାକି ବଡ଼ ଦୁଃଖ ଓ ଅନୁତାପର ବିଷୟ । ଉକ୍ତ ଦୁଇ ଗାଁକୁ ସ୍ୱାଧିନତାର ବହୁବର୍ଷ ପରେବି ଉଲ ରାସ୍ତା ନିର୍ମାଣ ହୋଇପାରୁନଥିଲା । ରାସ୍ତା ସମସ୍ୟାକୁ ନେଇ ବାରମ୍ବାର ‘ଓଏନଏନ’ରେ ପ୍ରକାଶ ପାଇବା ପରେ ଗତ ଅକ୍ଟୋବର ମାସରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଏସ୍‌ଏଫ୍‌ସି ଯୋଜନାରେ ଏକ ଲକ୍ଷ ପଚାଶ ହଜାର ଟଙ୍କା ଅଟକଳ ମୂଲ୍ୟରେ ତୁମ୍ଭାପଦୀ ଗ୍ରାମରେ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇଥିଲା । ସେହିପରି ନଭେମ୍ବର ମାସରେ ଏସ୍‌ଏଫ୍‌ସି ଯୋଜନାରେ ଦୁଇ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ବାଙ୍କତିରା ଗ୍ରାମର ବିଶ୍ୱମ୍ଭର ଯେନା ଘର ଠାରୁ ବାଙ୍କତିରା ହାଇସ୍କୁଲ ଛକ ପର୍ଯ୍ୟନ୍ତ ରାସ୍ତାକୁ କଂକ୍ରିଟ୍ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜିଜିୱାଇ ଇଣ୍ଟ୍ରେଷ୍ଟ ମନି ଯୋଜନାରେ ୭ଲକ୍ଷ ୫୦ହଜାର ଟଙ୍କା ଅଟକଳ ମୂଲ୍ୟରେ ତୁମ୍ଭାପଦୀ ଲକ୍ଷ୍ମୀ ମଣ୍ଡପ ଡାରୁ ସରମରା ପ୍ରଧାନମନ୍ତ୍ରୀ ସଡ଼କ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ବିଭିନ୍ନ ସମୟରେ ଭିନ୍ନଭିନ୍ନ ଯୋଜନାରେ ଉକ୍ତ ଦୁଇ ଗ୍ରାମର ରାସ୍ତା ନିର୍ମାଣ ହେଉଥିଲେ ସୁଦ୍ଧା ଏହା ସଂପୂର୍ଣ୍ଣ ହୋଇପାରୁନଥିବାରୁ ବର୍ଷାଦିନରେ ଗମନାଗମନରେ ପୂର୍ବପରି ଅସୁବିଧା ଲାଗିରହୁଛି । ସରମରା ଠାରୁ ପାଖାପାଖି ୬ମିଟର ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହି ଗମନାଗମନରେ ବାଧା ସୃଷ୍ଟି କରୁଛି । ସେହପରି ତୁମ୍ଭାପଦିରୁ ବାଙ୍କତିରାକୁ ଲମ୍ବିଥିବା ପାଖାପାଖି ୨/୩ ମିଟର ରାସ୍ତା ଅବସ୍ଥା ମଧ୍ୟ ସେହିପରି ।

Photo1 For The News Of Bankatira Tumbhapadi Road

ତେଣୁ ରାସ୍ତା ନିର୍ମାଣ ହୋଇମଧ୍ୟ ଏକ ସଂପୂର୍ଣ୍ଣ ସ୍ଥାୟୀ ରାସ୍ତା ନିର୍ମାଣ ନ ହୋଇପାରିବାରୁ ଦୁଇ ଗ୍ରାମବାସୀଙ୍କ ସ୍ଥାୟୀ ରାସ୍ତା ସ୍ୱପ୍ନ ହାଇ ରହିଯାଇଛି । ଏହିପରି ସ୍ଥଳେ ତୁମ୍ଭାପଦି ସ୍କୁଲ ପାଖରୁ ସରମରା ପ୍ରଧାନମନ୍ତ୍ରୀ ସଡ଼କ ପର୍ଯ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ରାସ୍ତାକୁ ଗୁରୁବାର ରମେଶ ଚନ୍ଦ୍ର ଗିରୀ,କୃଷ୍ଣଚନ୍ଦ୍ର ଗିରୀ,ପ୍ରଦୀପ ଖଣ୍ଡା,ଉପେନ୍ଦ୍ର ଜେନା,ରାଜେଶ ଗିରୀ,ଶରତ ଗିରୀ,ହରିହର ଗିରୀ,ସୁବାସ ଚନ୍ଦ୍ର ଗିରୀ,ବଳରାମ ଗିରୀ,ନାରାୟଣ ଚନ୍ଦ୍ର ଜେନା,ଜୟୀରାମ ହେମ୍ବ୍ରମ ସୁନ୍ଦର ରାୟ ମୁର୍ମୁ ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ ମରାମତି କରାଯାଇଥିଲା । ଅପରପକ୍ଷରେ ରାସ୍ତା ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ପର୍ଯ୍ୟାୟ କ୍ରମରେ ବିଭିନ୍ନ ପ୍ରକାର ଯୋଜନାରେ ଉକ୍ତ ରାସ୍ତାର ମରାମତି ନିମନ୍ତେ ଅର୍ଥ ମଂଜୁର ହେଉଥିବା ପ୍ରକାଶ କରିଥିଲେ । ବାଙ୍କତିରା-ତୁମ୍ଭାପଦୀ ଦୁଇ ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୧୮୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନଥିଲା । ବାଙ୍କତିରା ସ୍କୁଲ ଠାରୁ ଏକ ମୋରମ ରାସ୍ତା ଏହାକୁ ସଂଯୋଗ କରୁଥିଲା । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେଉନଥିଲା । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ ଥିଲା । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ନଥିଲା । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ବାଙ୍କତିରା ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ବାଙ୍କତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତିି । ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବାରୁ ସାମାନ୍ୟ ବର୍ଷା ହେବା ମାତ୍ରେ ନିର୍ମାଣ ହୋଇନଥିବା ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଯାଉଛି । ଯଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତାଟି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ଅବସ୍ଥା ଯୋଗୁଁ ଦମକଳ ଓ ଆମ୍ବୁଲାନ୍ସ ଆସି ପହଂଚୁଥିଲେ ମଧ୍ୟ ଏହାର ସୁବିଧା ଗ୍ରାମବାସୀ ପାଇ ପାରୁନାହାନ୍ତି । ତେଣୁ ବିଭାଗ ବାକିଥିବା ରାସ୍ତାର ନିର୍ମାଣ କାର୍ଯ୍ୟ କରିବା ସହ ଉକ୍ତ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବାପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।