Photo1 For The News Of Mdm

ବଜାରରେ ପରିବା ଦର ଆକାଶ ଛୁଆଁ, ୨୦ ମାସ ହେବ ବଢୁନି ମଧ୍ୟାହ୍ନଭୋଜନ ଅର୍ଥ

State
  • ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ମିଳିବା ନେଇ ସନ୍ଦେହ
  • ଅଣ୍ଡା ଦର ୭ଟଙ୍କା ଥିବା ବେଳେ ସରକାର ଦେଉଛନ୍ତି ୫ଟଙ୍କା

ଆଗରପଡ଼ା :କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭାଗିଦାରୀରେ ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ପ୍ରାଇମେରୀ, ଅପରପ୍ରାଇମେରୀ, ଏନସିଏଲପି ଆଦି ସ୍କୁଲ ଗୁଡ଼ିକ ରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ପିଲାଙ୍କ କେଲୋରୀ ଓ ପୃଷ୍ଟିସାର ବୃଦ୍ଧି, ବିଦ୍ୟାଳୟ ଉପସ୍ଥାନ ସଂଖ୍ୟା ବୃଦ୍ଧି କରିବା ସହ ଶିକ୍ଷାମନସ୍କ କରିବା, ଲିଙ୍ଗ ଭେଦଭାବ ଦୂର ଆଦି ଲକ୍ଷରେ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏପରିକି ମରୁଡ଼ି ପ୍ରବଣ ଅଞ୍ଚଳରେ ଚାତ୍ରଛାତ୍ରୀମାନଙ୍କୁ ଖରାଦିନିଆ ଛୁଟିରେ ମଧ୍ୟାହ୍ନ ଭୋଜନ ଦେବାର ସରକାରୀ ନିୟମ ଅନୁସାରେ ବ୍ୟବସ୍ଥା ରହିଛି । ସରକାରୀ ସ୍ତରରେ ଏହି ସବୁ ବ୍ୟବସ୍ଥା କରାଗଲା ମାତ୍ର ଏହି ଭୋଜନ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଚାଉଳ, ଡ଼ାଲି, ଲୁଣ ଓ କାଠ ଆଦିର ଦର ପ୍ରତିଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ବଜାରରେ ପରିବା ଦର ହୁହୁ ହୋଇ ବଢୁଛି । ଟମାଟୋ,ବାଇଗଣ,ପୋଟଳ,ବୋଇତଆଳୁ ଆଦିର କିଲୋ ପିଛା ଦର ୬୦ରୁ ଶହେ ଟଙ୍କା ଭିତରେ ରହୁଥିବା ବେଳେ । ବର୍ତ୍ତମାନ ଗୋଟିଏ ଅଣ୍ଡାର ବଜାର ଦର ୭ଟଙ୍କା ରହିଛି । ଏହିପରି ସ୍ଥଳେ ସରକାର ସ୍ତରରେ ଏହି ଜିନିଷ ଗୁଡ଼ିକ ବାବଦକୁ ମଂଜୁର ହୋଇଥିବା ଅର୍ଥ ମଧ୍ୟାହ୍ନ ଭୋଜନରେ ସ୍ୱସ୍ଥତା ଆଣିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରାଇମେରୀ ସ୍କୁଲର ପ୍ରତି ପିଲା ମୁଣ୍ଡପିଛା ଚାଉଳ ୧୫୦ ଗ୍ରାମ, ଡ଼ାଲି ୩୦ ଗ୍ରାମ, ତେଲ ୭.୫ ଗ୍ରାମ, ପନିପରିବା ୧୦୦ଗ୍ରାମ ହିସାବରେ ପ୍ରତିଦିନ ଦିଆଯାଇଥାଏ । ଗତ ୧୪-୧୫ ଆର୍ଥିକ ବର୍ଷରେ ପ୍ରତି ୟୁପି ସ୍କୁଲ ପିଲା ପିଛା୬ ଟଙ୍କା ୩ପଇସା, ପ୍ରାଥମିକ ସ୍କୁଲ ପିଲା ପାଇଁ ୪ ଟଙ୍କା ୪ ପଇସା ଓ ବର୍ଷ ୨୦୧୬-୧୭ ଜୁଲାଇ ମାସରୁ ଏହା ବୃଦ୍ଧି ପାଇ ୬ ଟଙ୍କା ୮୩ ପଇସା ଓ ୪ ଟଙ୍କା ୫୮ ପଇସା ହୋଇଥିଲା ଯାହାକି ୨୦୧୮ନଭେମ୍ବର ମାସ ପର୍ଯ୍ୟନ୍ତ ବଳବତ୍ତର ଥିଲା । ସରକାର ୨୦୧୮ ଡ଼ିସେମ୍ବର ୧ ତାରିଖରୁ ଏହି ଦରରେ ପରିବର୍ତ୍ତନ ଆଣି ପ୍ରାଇମେରୀ ସ୍କୁଲ ପିଲା ପିଛା ୪ଟଙ୍କା ୫୮ ପଇସାକୁ ବର୍ଦ୍ଧିତ କରି ୪ଟଙ୍କା ୮୦ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୬ଟଙ୍କା ୮୩ ପଇସାକୁ ବର୍ଦ୍ଧିତ କରି ୭ ଟଙ୍କା ୧୬ ପଇସା ରଖିଥିଲେ । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୨୨ ପଇସା ବୃ୍‌ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୩୩ ପଇସା ବୃଦ୍ଧି ପାଇଥିଲା । ପୁନଶ୍ଚ ଏଥିରେ ପରିବର୍ତ୍ତନ ଆଣି ସରକାର ଗତ ୨୦୧୯ ଜୁଲାଇ ମାସ ୧ତାରିଖରୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୪ଟଙ୍କା ୮୦ ପଇସାକୁ ବର୍ଦ୍ଧିତ କରି ୪ଟଙ୍କା ୯୩ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୭ ଟଙ୍କା ୧୬ ପଇସାକୁ ବର୍ଦ୍ଧିତ କରି ୭ ଟଙ୍କା ୩୬ ପଇସା ରଖିଛନ୍ତି । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୧୩ ପଇସା ବୃ୍‌ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୨୦ ପଇସା ବୃଦ୍ଧି ପାଇଥିଲା । ପୁନଶ୍ଚ ଏଥିରେ ପରିବର୍ତ୍ତନ ଆଣି ସରକାର ଗତ ୨୦୨୦ରୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୪ଟଙ୍କା ୯୩ ପଇସାକୁ ବର୍ଦ୍ଧିତ କରି ୫ଟଙ୍କା ୪୨ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୭ ଟଙ୍କା ୩୬ ପଇସାକୁ ବର୍ଦ୍ଧିତ କରି ୮ ଟଙ୍କା ୧୦ ପଇସା ରଖିଛନ୍ତି । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୪୯ ପଇସା ବୃ୍‌ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୭୪ ପଇସା ବୃଦ୍ଧି ପାଇଥିଲା । ପରେ ୨୦୨୨ ଅକ୍ଟୋବର ମାସରୁ ୁ ପ୍ରାଇମେରୀ ସ୍କୁଲ ପିଲା ପିଛା ୫ଟଙ୍କା ୪୨ ପଇସାକୁ ବର୍ଦ୍ଧିତ କରି ୫ଟଙ୍କା ୯୦ ପଇସା ଓ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୮ ଟଙ୍କା ୧୦ ପଇସାକୁ ବର୍ଦ୍ଧିତ କରି ୮ ଟଙ୍କା ୮୨ ପଇସା ରଖିଛନ୍ତି । ଯାହାକି ପୂର୍ବରୁ ଥିବା ପ୍ରାଇମେରୀ ସ୍କୁଲ ପିଲା ପିଛା ଦର ଅପେକ୍ଷା ମାତ୍ର ୪୮ ପଇସା ବୃ୍‌ଦ୍ଧି ପାଇଥିବା ବେଳେ ଅପର ପ୍ରାଇମେରୀ ସ୍କୁଲ ପିଲା ପିଛା ୭୨ ପଇସା ବୃଦ୍ଧି ପାଇଥିଲା ।

Photo2 For The News Of Mdm

ଇତି ମଧ୍ୟରେ ୨୦ମାସ ବିତିଯାଇଥିଲେ ସୁଦ୍ଧା ମଧ୍ୟାହ୍ନଭୋଜନ ଅର୍ଥରେ କୌଣସି ପରିବର୍ତ୍ତନ ସରକାର ଆଣିନଥିବାରୁ ବର୍ତ୍ତମାନର ବଜାର ଦରକୁ ଲକ୍ଷ୍ୟ କଲେ ଏତିକି ମୂଲ୍ୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ଏଥି ସହିତ ଲୁଣ, କାଠ ଆଦି ଜିନିଷର ଆବଶ୍ୟକତା ରହିଛି । ବିଭିନ୍ନ ବିଦ୍ୟାଳୟରେ ଏହି ଦାୟିତ୍ୱ ମହିଳା ସ୍ୱୟଂସହାୟକ ଗୋଷ୍ଠି ତ ପୁଣି କେଉଁଠି ପ୍ରଧାନ ଶିକ୍ଷକଙ୍କୁ ନ୍ୟସ୍ତ କରାଯାଉଛି । ଏବାବଦକୁ ଆସୁଥିବା ଖର୍ଚ୍ଚ ପ୍ରତିମାସ ମିଳିପାରୁ ନଥିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ବା ସଂୟସହାୟକ ଗୋଷ୍ଠୀ ଏହି ସାମଗ୍ରୀ ଗୁଡ଼ିକୁ ବାକିରେ ଆଣିବାକୁ ବାଧ୍ୟ ହେଉଛନ୍ତି । ଏଥିନେଇ ଅନେକ ସମୟରେ ନାନାଦି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାର ପରିଲକ୍ଷିତ ହେଉଛି । ତତ୍‌ସହିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ଆସୁଥିବା ଅର୍ଥରେ ଉତ୍ତମ ଖାଦ୍ୟ ପ୍ରସ୍ତୁତ ହେବା ସମ୍ଭବପର ହେଉନଥିବାରୁ ପିଲାଙ୍କ ଉପସ୍ଥାନରେ ତାଳମେଳ ରହୁନଥିବା ପରିଲକ୍ଷିତ ହେଉଛି ,ଯେଉଁଥିପାଇଁ ବେଳେବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ୁଛି । ଏହି ମୂଲ୍ୟକୁ ନେଇ ବନ୍ତ ବ୍ଳକର ବିଭିନ୍ନ ପଞ୍ଚାୟତ ସ୍ଥିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଯୋଗାଯୋଗ କରିବାରୁ ସେମାନେ ଏଥିନେଇ ନିଜର କ୍ଷୋଭ ଓ ଅସହାୟତା ପ୍ରକାଶ କରିଛନ୍ତି । ଗତ ୨୦ମାସ ବର୍ଷ ସରକାର ମଧ୍ୟାହ୍ନ ଭୋଜନ ମୂଲ୍ୟରେ ପରିବର୍ତ୍ତନ କରିନଥିବାରୁ ଏତେ ସ୍ୱଳ୍ପ ମୂଲ୍ୟରେ ମଧ୍ୟାହ୍ନ ଭୋଜନରେ କେମିତି ପୃଷ୍ଟିକର ଖାଦ୍ୟ ମିଳିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ର୍ଚ୍ଚା ଜୋର ଧରିଥିବା ବେଳେ ନୂତନ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।