Schools 1140x570 1 750x430

ବଦଳିବ ସବୁ ସ୍କୁଲର ରଙ୍ଗ, ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ

State

ଭୁବନେଶ୍ୱର :  ରାଜ୍ୟରେ ବଦଳିବ ସବୁ ସ୍କୁଲ କୋଠାର ରଙ୍ଗ ।  ଗେରୁଆ ହେବ ସମସ୍ତ ସରକାରୀ ସ୍କୁଲ । ସମସ୍ତ ସରକାରୀ ସ୍କୁଲ ଏବଂ ପିଏମ୍ ଶ୍ରୀ ସ୍କୁଲ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲା ଓଏସଇପିଏ ।

ସ୍କୁଲ ନିର୍ମାଣ, ମରାମତି ବେଳେ ରଙ୍ଗ ସମାନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଗେରୁଆ ରଙ୍ଗ କରିବାକୁ ଜାରି ହୋଇଛି । ପୂର୍ବ ସରକାର ଥିବା ସମୟରେ ସରକାରୀ ବିଲ୍ଡିଂଠାରୁ ଆରମ୍ଭ କରି ସ୍କୁଲର ରଙ୍ଗ ପରିବର୍ତ୍ତନ ହୋଇଥିଲା । ଏହି ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା । ସ୍କୁଲ ରଙ୍ଗ ବଦଳାଇବା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।