Rainfall

ତିନି ଦିନ ଯାଏ ରାଜ୍ୟରେ ବର୍ଷା, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

State

ଭୁବନେଶ୍ୱର : ତିନି ଦିନ ଯାଏ ରାଜ୍ୟରେ ହେବ ବର୍ଷା ।  ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ ରହିଛି ।  ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ଲାଗି ରହିଛି ।  ଆଜି ଉତ୍ତର ଉପକୂଳ ଓଡ଼ିଶାର ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।

ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ପାଇଁ ୯ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର , ଝାରସୁଗୁଡ଼ା, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବିଜୁଳି ଘଡ଼ଘଡ଼ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଆସନ୍ତା ୪ରୁ ୫ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।