Photo For The News Of Heiwa

ରାସ୍ତା ମଝିରେ ହାଇୱାକୁ ନେଇ ଉତ୍ତେଜନା

State

ଆଗରପଡ଼ା :ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏକ ବାଲି ବୋଝେଇ ହାଇୱାର ପତି ଭାଙ୍ଗିଯିବା ଫଳରେ ହାଇୱାଟି ମଝି ରାସ୍ତାରେ ଦୀର୍ଘଘଣ୍ଟା ଧରି ରାସ୍ତା ଅବରୋଧ କରି ରହିଥିଲା । ଯଦ୍ୱାରା ଆଗରପଡ଼ାରୁ ଭଦ୍ରକକୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା । ସୂଚନା ଅନୁଯାୟୀ;ଓଡ଼ି-୨୨ଆର-୩୦୪୪ ନଂ ବିଶିଷ୍ଟ ଏକ ହାଇୱା ଆନନ୍ଦପୁର ବୈତରଣୀ ନଦୀ ଘାଟରୁ ବାଲି ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିଲା । ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଛକ ନିକଟରେ ହଠାତ୍ ହାଇୱା ପତି ଭାଙ୍ଗିଯିବାରୁ ମଝି ରାସ୍ତାରେ ସେ ଅଟକି ଯାଇଥିଲା । ଯଦ୍ୱାରା ଏହି ରାସ୍ତା ଦେଇ ଅନ୍ୟ ଯାନବାହାନ ଗୁଡ଼ିକ ଚଳାଚଳ କରିପାରିନଥିଲା । ଯାହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଆଗରପଡ଼ା-ଭଦ୍ରକ ପରି ବ୍ୟସ୍ତବହୁଳ ରାସ୍ତା ଓ ଆଗରପଡ଼ା ପରି ଜନଗହଳି ଅଂଚଳରେ ଏହିପରି ବାଲି,ଚିପ୍ସ ଆଦି ବୋଝେଇ ଭାରୀଯାନ ଗୁଡ଼ିକ ଅନବରତ ଯାଆଆସ କରୁଥିବାରୁ ବାରମ୍ବାର ଦୁର୍ଘଟଣାମାନ ଘଟୁଥିବାର ଦେଖାଯାଉଛି । ଏଥିପ୍ରତି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାର୍ହି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।