Onn 3

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

State

ଗଜପତି: ବୁଧବାର ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟ, ଆଚାର୍ଯ୍ୟା ଓ ଅଭିଭାବକ ତତ୍ ସହିତ ଗଜପତି ଜିଲ୍ଲା ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି,ଭରତ ସ୍ଵାଭିମାନ, ପତଞ୍ଜଳି କିସାନ୍ ସେବା ସମିତି,ଯୁବା ଭାରତ ଏବଂ ହାମାରା ସ୍ଵାଭିମାନର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ବିଦ୍ୟାଳୟର ଯୋଗ ଆଚାର୍ଯ୍ୟ ଶ୍ରୀ ମୂରଲୀ ମୋହନ ପ୍ରଧାନଙ୍କ ନେତୃତ୍ୱରେ ତଥା ପତଞ୍ଜଳି ମହିଳା ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ଏବଂ ଯୋଗ ଗୁରୁ ଶ୍ରୀ ବିଘ୍ନେଶ୍ୱର ଦାସଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।