Onn 3

କଳିଙ୍ଗ କମ୍ପ୍ୟୁଟର୍ସ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

State

ଆଗରପଡ଼ା: ସ୍ଥାନୀୟ କଳିଙ୍ଗ କମ୍ପ୍ୟୁଟର୍ସ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଉକ୍ତ ଦିବସ ଅବସରରେ ଏକ ଯୋଗ ଶିବିର ଯୋଗ ଗୁରୁ ରିନୁଲତା ଭାରତୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରକୁ ଦୈନିକ ଓଡ଼ିଆ ଖବର କାଗଜ ‘ସକାଳ’ର ସାମ୍ବାଦିକା ତଥା କେନ୍ଦ୍ର ପରିଚାଳନା ନିର୍ଦ୍ଦେଶିକା ମୋନାଲିସା ମହାନ୍ତି ଉଦ୍‌ଘାଟନ କରି ପ୍ରାଚୀନ ସଂସ୍କୃତିର ଅମୁଲ୍ୟ ଉପହାର ହେଉଛି ଯୋଗ ।

ପ୍ରତିଦିନ ଯୋଗଭ୍ୟାସ କରିବା ଦ୍ୱାରା ଆମ ମନ ଶାନ୍ତ ରହେ ଏବଂ ଶରୀରକୁ ଶକ୍ତି ମିଳିଥାଏ ବୋଲି କହିଥିଲେ । କେନ୍ଦ୍ର ନିର୍ଦ୍ଦେଶକ ତଥା ସାମ୍ବାଦିକ ବିନୋଦ ଧଳ ସାମନ୍ତ ଏଥିରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉକ୍ତ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଯୋଗ ଗୁରୁ ରିନୁଲତା ଭାରତୀ ଯୋଗ ମାଧ୍ୟମରେ ସୁସ୍ଥ ରହିବାର ବିଭିନ୍ନ ପ୍ରଣାଳୀ ଛାତ୍ରଛାତ୍ରୀଙ୍କୁ ଶିଖାଇଥିଲେ । ତାଙ୍କୁ ଏଥିରେ ମଧୁ ସୁଦନ ମହାନ୍ତି ସହଯୋଗ ପ୍ରଦାନ କରିଥିଲେ । ଉକ୍ତ ଶିବିରକୁ ଚିନ୍ମୟୀ ନାୟକ, ଜିବନଜ୍ୟୋତି ନାଥ ଓ ନାରାୟଣ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।