Onn 3

ପୁରୁଷଣ୍ଢ ସେବା ସମବାୟ ସମିତି ନୂତନ ଗୃହର ଶିଳାନ୍ୟାସ

State

ଆଗରପଡ଼ା :ଆଗରପଡ଼ା ସ୍ଥିତ ପୁରୁଷଣ୍ଢ ସେବା ସମବାୟ ସମିତି ନୂତନ ଗୃହର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନୂତନ ଗୃହ ନିମନ୍ତେ ସେବା ସମବାୟ ସମିତିର ନିଜସ୍ୱ ପାଣ୍ଠି ୧୬ ଲକ୍ଷ ୫୭ ହଜାର ଓ ସରକାରୀ ଅନୁଦାନ ୫ଲକ୍ଷ । ଏହିପରି ମୋଟ ୨୧ଲକ୍ଷ ୫୭ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଉକ୍ତ ଗୃହର ଶିଳାନ୍ୟାସ କରିଥିଲେ । ସମିତି ସଭାପତି ପ୍ରଶାନ୍ତ ଦାଶ, ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନରଂଜନ ଘଡ଼େଇ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ରୁନୀତା ଦାସ, ବ୍ଲକ ଯୁବ ବିଜେଡ଼ି ସଭପତି ସତ୍ୟସାଧନ ବେଜ, ସରପଞ୍ଚ ସୁଭଦ୍ରା ସିଂହ, ବିନୋଦିନୀ ମହାନ୍ତି, ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସମିତି ଉପସଭାପତି ଫତିମା ବିବି, ସଭ୍ୟ ଜିତେନ୍ଦ୍ର ନାୟକ, ମନୋରଞ୍ଜନ ସାହୁ, ବାବୁରାମ ମଲ୍ଲିକ, ବିଷ୍ଣୁ ପ୍ରସାଦ ସାହୁ, ବୈକୁଣ୍ଠ ଜେନା, ଶ୍ରୀଧର ବଳ, ନୃସିଂହ ଚରଣ ଖୁଣ୍ଟିଆ, ଧୀରେନ୍ଦ୍ର ବଳ, ଉପେନ୍ଦ୍ର ପତି, ସନ୍ତୋଷ ପରିଡ଼ା, ସମିତି ସମ୍ପାଦକ ରାଜେନ୍ଦ୍ର ବେଜ, କର୍ମଚାରୀ ଆଲୋକ ଭୂୟାଁ, ଶୁଭଲକ୍ଷ୍ମୀ ସାହୁ, ସନ୍ତୋଷ ଜେନା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।