Onn 3

ଆଗରପଡ଼ା ମହିଳା ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ

State

ଆଗରପଡ଼ା :ଆଗରପଡ଼ା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ନଳିନୀପ୍ରଭା ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କଲେଜର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହେବାପରେ ପାଚେରୀ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ଛାତ୍ରୀମାନଙ୍କ ଦ୍ୱାରା ଆୟାଜିତ ନୃତ୍ୟ ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏଥିରେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନରଂଜନ ଘଡ଼େଇ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ରୁନୀତା ଦାସ, ପୁରୁଷଣ୍ଢ ସେବାସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ବ୍ଲକ ଯୁବ ବିଜେଡ଼ି ସଭପତି ସତ୍ୟସାଧନ ବେଜ,ସରପଞ୍ଚ ସୁଭଦ୍ରା ସିଂହ, ବିନୋଦିନୀ ମହାନ୍ତି, ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ମହାବିଦ୍ୟାଳୟ ଅଧ୍ୟାପିକା ସୁଶ୍ମିତା ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଅଧ୍ୟାପିକା ନୀଳିମା ବିଶ୍ୱାଳ, ପ୍ରଣତି ରାଉତ, ସୁନେତ୍ରା ରାୟ, ଅଧ୍ୟାପକ କରୁଣାକର ସାହୁ, ନିରଞ୍ଜନ ପତି, କର୍ମଚାରୀ ସୁରେନ୍ଦ୍ର ଦାସ, ବସନ୍ତ ଜେନା, ମନମୋହନ ରଥ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।