Onn 3

ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା ଭୁଜାଲି

Crime State

 

fight_bbsr

ଭୁବନେଶ୍ୱର   : ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି । ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ। ହଠାତ୍‌ ବୁଝି ପାରରୁନଥିଲେ କଣ ଏସବୁ ହେଉଛି । କାହିଁକିନା କିଛି ସମୟ ରାଜ ରାସ୍ତା ପାଲଟିଲା ରଣକ୍ଷେତ୍ର । ଏ ଦୃଶ୍ୟ ଦେଖିଲେ ଛାତି ଥରିଯାଉଥିଲା, ଭାବନ୍ତୁ ଏମିତି ସ୍ଥିତିରେ ଯିଏ ସେଠି ଉପସ୍ଥିତ ଥିବ ତାଙ୍କ ଅବସ୍ଥା ଭୟରେ କଣ ହେଉଥିବ ।

ରାସ୍ତାରେ ଗାଡି ମଟର ସବୁ ଅଟକିଗଲା । ବାଇକ, କାର ସବୁ ହଠାତ୍‌ ଯାଉ ଯାଉ ଛିଡା ହେଇଗଲା, କାହିଁକିନା ଚାଲିଥିଲା ଆତଙ୍କରାଜ୍‌ । କେହି କିଛି ପ୍ରତିବାଦ ବି କରିପାରୁନଥିଲେ ନଚେତ ଖଣ୍ଡା ଭୁଜାଲି କେତେବେଳେ ଯେ କାହା ବେକରେ ବାଜିବ ତାହା କେହି କହିପାରିବେନି । ଦେଖନ୍ତୁ କେତେ ଭୟାନକ ଲାଗୁଛି ଏ ଦୃଶ୍ୟ । ବେଶ୍‌ କିଛି ସମୟ ଏପରି ଚାଲିଲା, ଯାହା ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଜାଗମରା ନୂଆ ରୋଡରେ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ଖାଦ୍ୟ ଷ୍ଟଲକୁ ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଖାଇବାକୁ ଯାଇଥିଲେ। ଏହି ସମୟରେ ଅପର ଗୋଷ୍ଠୀର ବ୍ୟକ୍ତି ଅଚାନକ ଆକ୍ରମଣ କରିଥିଲେ। ରାସ୍ତା ଉପରେ ଖଣ୍ଡାଭୁଜାଲିରେ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୪ଜଣ ଆହତ ହୋଇଥିଲେ।

ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।