Img 20240618 Wa0256

ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

State

ବାରିପଦା : ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ରାଜସ୍ବ ଗ୍ରାମର ଅଗ୍ରଣୀ କ୍ରିକେଟ ଅନୁଷ୍ଠାନ ‘ ଡିକେଏମସି’ କ୍ଳବ୍ ତରଫରୁ ସୋମବାର ସଂନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାର ନବ ନିର୍ବାଚିତ ସାଂସଦ ଶ୍ରୀ ନବ ଚରଣ ମାଝୀ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଜଲେନ ନାୟକଙ୍କୁ କ୍ଳବ୍ ତରଫରୁ ସଦସ୍ୟ , ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ବାରା ପୁଷ୍ପଗୁଚ୍ଛ ଦିଆଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ସାଂସଦ ନବ ଚରଣମାଝୀ ହେଉଛନ୍ତି ଏହି ଦୀପକ କୁମାର ମେମୋରିଆଲ କ୍ରିକେଟ କ୍ଲବ( ଡିକେଏମସି) ଅନୁଷ୍ଠାନର ସଭାପତି । ତାଙ୍କର ପ୍ରଚେଷ୍ଟା କ୍ଳବ୍ ସଦସ୍ୟ ମାନଙ୍କ ଦ୍ଵାରା ଆଜି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ରାଜ୍ୟ ସ୍ତରୀୟ ଆନ୍ତଃ ରାଜ୍ୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଅନୁଷ୍ଠିତ ହୋଇ ଆସୁଅଛି ।ନବ ନିର୍ବାଚିତ ସାଂସଦ ଓ ବିଧାୟକ ଏହି ଅନୁଷ୍ଠାନର ଉତ୍ତରୋତ୍ତର କାମନା ସହ ଏହାର ସଦସ୍ୟ ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଅନୁଷ୍ଠାନର ବିଭିନ୍ନ ସମସ୍ୟାକୁ ସେମାନଙ୍କ ଦ୍ଵାରା ଯାହା ସମ୍ଭବ ତାହା ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଅନୁଷ୍ଠାନର ବିକାଶ,ପ୍ରଗତି,କ୍ରୀଡା ଓ ସାମାଜିକ କାର୍ଯ୍ୟ ପାଇଁ ଅର୍ଥର ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଥିଲେ ।ତଦସହ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ଓ ରାଇରଙ୍ଗପୁର ଅଂଚଳର ବିକାଶ ପାଇଁ ସେମାନେ ଅଙ୍ଗୀକାର ବଦ୍ଧ ।ତଦସହ ଅଂଚଳବାସୀ ଯେଉଁ ଭରସାରେ ସେମାନଙ୍କୁ ବିପୁଳ ପରିମାଣରେ ବିଜୟ କରିଛନ୍ତି ସେମାନଙ୍କ ମୁଖ୍ୟ ସମସ୍ୟା ରେଳ,ଜଳ ସଂପଦ, ଗମନାଗମନ, ଶିକ୍ଷା, ସ୍ଵାସ୍ଥ୍ୟ, କ୍ରୀଡା, ସଂସ୍କୃତି ର ବିକାଶ ପାଇଁ ସେମାନେ ଶତ ପ୍ରତିଶତ ଚେଷ୍ଟା କରିବେ ବୋଲି କହିଥିଲେ ।ଏହି ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ବହୁ ସଂଖ୍ୟାରେ ଯୁବ ଗୋଷ୍ଠୀ, କ୍ରୀଡ଼ାପ୍ରେମୀ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂପାଦକ ଶ୍ୟାମସୁନ୍ଦର ଜ୍ୟୋତିଷ ସଭାପତିତ୍ବ କରିଥିବାବେଳେ ଉପଦେଷ୍ଟା ପ୍ରଦୀପ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନାରେବାବୁଲା ହେମ୍ବ୍ରମ,ସ୍କୁଲ ପାଲ,ସୁନା,ଶ୍ୟାମ ପଟ୍ଟନାୟକ, ଶିଶିର ମିଶ୍ର,ନନ୍ଦୁ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।