ଆଗରପଡ଼ା :ଗତ ୨୧ ରିଖ ଶନିବାର ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ଉତ୍କଳ ଭାରତୀ ବିଦୁଷ ସଭାର ବାର୍ଷିକ ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାହିତ୍ୟ ସ୍ରଷ୍ଟାଙ୍କ ଯୋଗ ଦାନ ପୂର୍ବକ ଭାଷା ସାହିତ୍ୟ ବିକାଶ ଉପରେ ଆଲୋକପାତ କରାଯାଇଥିଲା । ବିଭିନ୍ନ ଲେଖକମାନଙ୍କ ରଚିତ ପୁସ୍ତକକୁ ସମୀକ୍ଷା କରାଯାଇ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମ କୃଷ୍ଣପୁର ଗ୍ରାମର ସୂସାହିତ୍ୟିକ ମନୋରଞ୍ଜନ ମହାନ୍ତିଙ୍କୁ ବିଦୁଷ ଭାରତୀ ସମ୍ମାନ ୨୦୨୫ ରେ ସମ୍ମାନିତ କରାଯାଇଥିଲା । ଶ୍ରୀ ମହାନ୍ତିଙ୍କୁ ମାନ ପତ୍ର ଓ ଉପଢୌକନ ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗଣତନ୍ତ୍ର ଦର୍ଶନ’ ପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଠାରୁ ମାନ ପତ୍ର ଗ୍ରହଣ କରିଥିଲେ ।
