Onn 3

ଯୁବ ଓଡ଼ିଶା ନବୀନ ଓଡ଼ିଶା ପ୍ରାୟୋଜିତ ଆଗରପଡ଼ା କଲେଜ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

State

ମୁଖ୍ୟ ଆକର୍ଷକ ସିନେ ଅଭିନେତ୍ରୀ ସୋଫିଆ ଆଲାମ

ଆଗରପଡ଼ା :ଗତ ମାସ ୨୨ ତାରିଖରେ ଆଗରପଡ଼ା କଳେଜରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ ପ୍ରାୟୋଜିତ ଉଦ୍‌ଘାଟିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଶନିବାର ଉଦ୍‌ଯାପିତ ହୋଇଯାଇଛି । କଲେଜ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଉଦ୍‌ଯାପନୀ ଦିବସର ମହତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କ ଲୁକ୍କାଇତ ପ୍ରତିଭାର ବିକାଶ ଦିଗରେ ରାଜ୍ୟସରକାରଙ୍କ ଏଭଳି ପ୍ରୟାସ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ଼ ଡ଼ଃ ହୃଷିକେଶ ତ୍ରୀପାଠି ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କ।।ର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।

ଅନ୍ୟତମ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନରଂଜନ ଘଡ଼େଇ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ରୁନୀତା ଦାସ, ବ୍ଲକ ଯୁବ ବିଜେଡ଼ି ସଭପତି ସତ୍ୟସାଧନ ବେଜ,ସରପଂଚ ସୁଭଦ୍ରା ସିଂହ, ବିନୋଦିନୀ ମହାନ୍ତି, ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବର ମୁଖ୍ୟ ଆକର୍ଷକ ସିନେ ତାରକା ସେଫିଆ ଆଲାମ ବିଭିନ୍ନ ସଂଳାପ ଜରିଆରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସମବେତ ନୃତ୍ୟ ପରିବେଷଣ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ, ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରୀ ଅତିଥି ପରିଚୟ, ଅଧ୍ୟାପିକା ପ୍ରେମଲତା ଦାଶ ସାଂସ୍କୃତିକ ବିବରଣୀ ପାଠ, ମୁଖ୍ୟ ସହାୟକ ବିଜୟ ଦାସ ମଞ୍ଚ ଆମନ୍ତ୍ରଣ ଓ ଅଧ୍ୟାପକ ମହେଶ୍ୱର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Photo2 For The News Of Agarpara College Program