Onn 3

ବନ୍ତ ବ୍ଲକ ଅଧ୍ୟକ୍ଷଙ୍କ ମାତୃ ବିୟୋଗ

State

ଆଗରପଡ଼ା :ବନ୍ତ ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ମାଆ ତଥା ବଳରାମ ଘଡ଼େଇଙ୍କ ପତ୍ନୀ କମଳାଙ୍କ ୭୧ ବର୍ଷ ବୟସରେ ବିୟୋଗ ଘଟିଛି । ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସାଧିନ ଥିଲେ । ସେ ଜଷର ପରୋପକାରୀ,ସରଳ,ଧାର୍ମିକ ମହିଳା ଥିଲେ । ବିୟୋଗ ବେଳକୁ ପୁଅ ନିରଞ୍ଜନ,ମନୋରଞ୍ଜନ,ଚିତ୍ତରଞ୍ଜନଙ୍କ ସମେତ ଅନ୍ୟାନ୍ୟ ଜ୍ଞାତିକୁଟୁମ୍ବମାନେ ଉପସ୍ଥିତଥିଲେ । ତାଙ୍କ ମରଶରୀରକୁ ଏକ ଣୋଭାଯାତ୍ରାରେ ନିଆଯାଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଜେଡ଼ି ବରିଷ୍ଠ ନେତା ଇଂ ପ୍ରୟାସକାନ୍ତି ସାମଲ, ବିଜେଡ଼ି କିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ, ନିର୍ବାଚନ ମଣ୍ଡଳୀ ସଭାପତି ବିପିନ ନାୟକ, ବ୍ଳକ ଯୁବ ସଭାପତି ସତ୍ୟସାଧନ ବେଜ, ଛାତ୍ର ସଭାପତି ପ୍ରଣବ ଲେଙ୍କା, ସରପଂଚ ନିହାର ରଂଜନ ପଣ୍ଡା, ସମିତିସଭ୍ୟ ନିର୍ମଳ ନାୟକ, ବସନ୍ତ ପତି, ସପନ ସିଂହ,ପପୁ ମହାନ୍ତି, ଟିକନ ପାଣିଗ୍ରାହୀ ପ୍ରମୁଖ ମରଶରୀରକୁ ଶେଷ ଦର୍ଶନ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।