Rsas

ଆଗରପଡ଼ାକୁ ଗୌରବାନ୍ବିତ କଲେ ଡ଼ଃ ରଶ୍ମିରେଖା

State

ଆଗରପଡ଼ା : ବନ୍ତ ବ୍ଳକ ଅଣିଜୋ ପଂଚାୟତ ଅନ୍ତର୍ଗତ ଅଣିଜୋ ଗ୍ରାମର ଉଦୟ ନାଥ ତ୍ରିପାଠୀ ଓ ନୀଳିମାଙ୍କ ସାନଝିଅ ଡ଼ଃ ରଶ୍ମିରେଖା ଆଗରପଡ଼ାକୁ ଗୌରବାନ୍ୱିତ କରିଛନ୍ତି । ସେ ସମ୍ପ୍ରତି ନିଜ ପ୍ରତିଭା ବଳରେ ଡ଼କ୍ଟରେଟ ଉପାଧି ହାସଲ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସେ କିଟରୁ ରସାୟନ ବିଜ୍ଞାନରେ ଏହି ଉପାଧି ପାଇଛନ୍ତି । ତାଙ୍କର ଗାଇଡ଼ ଥିଲେ ସୁନିନି ସର୍କାର ଏବଂ ତାଙ୍କ ବାପା ମା ଓ ଗାଇଡଙ୍କ ଯୋଗୁଁ ଏହି ସଫଳତା ପାଇଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।