Onn 3

ବିଦ୍ୟାଳୟ ସ୍ତରୀୟ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ

State

ବାରିପଦା:- ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ରୂପାନ୍ତର ଥିଏଟର ଏକାଡେମୀ ଆନୁକୂଲ୍ୟରେ ବିଦ୍ୟାଳୟ ସ୍ତରୀୟ ଅଭିନୟ ଦି ହିଡେନ ଷ୍ଟାର ୨୩ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରତିଯୋଗିତାରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସମେତ ୪୧ ଟି ବିଦ୍ୟାଳୟରୁ ମୋଟ ୮୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ I ଅନୁଷ୍ଠାନର ଅଧ୍ୟକ୍ଷ ବିରେନ୍ଦ୍ର ନାଥ ସାହୁ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଦୀପକ କୁମାର ପାଣି, ପ୍ରତିଷ୍ଠାତା ପରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଏକକ ଅଭିନୟରେ ଏମ ପି କେ ବାଳିକା ଉଚ୍ଚ ବିଦ୍ୟାଳୟର ଆଦ୍ୟାଶା ଦାସ ପ୍ରଥମ, ଏସ ଭି ଏସ ର ତ୍ରିଶା ପ୍ରିୟଦର୍ଶନୀ ବାରିକ ଦ୍ଵିତୀୟ, ଏମ କେ ସି ଉଚ୍ଚ ବିଦ୍ୟାଳୟର ମୋନାଲିସା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଯୁଗ୍ମ ଅଭିନୟ ପ୍ରତିଯୋଗିତାରେ ଦିଗନ୍ତ ବିକାଶର ଅଙ୍କିତା ସାହୁ ଓ ପ୍ରାଚୀ ପ୍ରିୟସ୍ମିତା ବେହେରା ପ୍ରଥମ, ଏମ କେ ସି ଉଚ୍ଚ ବିଦ୍ୟାଳୟର ଭାଗ୍ୟଲକ୍ଷ୍ମୀ ବାରିକ ଓ ସୁଚରିତା ସିଂ ଦ୍ଵିତୀୟ ଏବଂ ଲେଡି ହେମିଲଟନ ଉଚ୍ଚ ବିଦ୍ୟାଳୟର ସୁମିତ୍ରା ଦାସ ଓ ପୁଷ୍ପିତା ବୋଡେ଼ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ସମ୍ମାନିତ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସଂସ୍ଥାର ଉପାଧ୍ୟକ୍ଷା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା, ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ପରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରୟାସ ଶତପଥୀ, ସପନ ପଣ୍ଡା ଓ ଦିନେଶ ସାହୁ ବିଚାରକ ଭାବେ ତଥା ପଦ୍ମିନୀ ପାଢ଼ୀ, ସତ୍ୟନାରାୟଣ ଦାସ, ରାଜଶ୍ରୀ ସାହୁ, ପୁଷ୍ପଲତା ସେନାପତି ଓ ଆଲୋକ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I