1683733125fapfjhe6

ମୟୁରଭଞ୍ଜ ଜିଲାର ନିର୍ବାଚନୀ ଫଳାଫଳ, ଦୁଇ ପୂର୍ବତନ ମନ୍ତ୍ରୀ ଙ୍କ ପରାଜୟ

State

ବିଜେପି ହାତରେ ସମସ୍ତ ନଅ ଗୋଟି ବିଧାୟକ ସମେତ ସାଂସାଦ ପଦ

ବାରିପଦା: ସାଧାରଣ ନିର୍ବାଚନ ର ଫଳାଫଳ କୁ ଦେଖି ମୟୁରଭଞ ଜିଲାବାସୀ ସ୍ତବ୍ଧ ପାଲଟିଯାଇଛନ୍ତି । ବିଜେପି ର ସମସ୍ତ ବିଧାୟକ ଏବଂ ସାଂସାଦ ବିଜୟ ର ମୁକୁଟ ଧାରଣ କରିଥିବାବେଳେ ବିଜେଡି ପରାଜୟ କୁ କୋଳେଇ ନେଇଛି । ଏହା ମୟୁରଭଞ ଜିଲାରେ ଏକ େଐତିହାସିକ ର ଦିନ କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲାରେ ଭାଜାପା ର ସମସ୍ତ ନଅ ଗୋଟି ବିଧାୟକ ଏବଂ ସାଂସାଦ ପ୍ରାର୍ଥୀ ବହୁଳ ପରିମାଣରେ ବିଜୟ ଲାଭ କରିଛନ୍ତି । ବିଜେଡି ଦଳର ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଥିବାବେଳେ ଜଣେ ହେବିେଓଟ ପୂର୍ବତନ ମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଯିଏକି ପ୍ରଥମ ଥର ରାଜନୀତିରେ ପାଦ ରଖିଥିଲେ ତାଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଅଛି । ବଡସାହି ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜାପା ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି ସର୍ବାଧିକ ଭୋଟରେ ବିଜୟ ଲାଭ କରିଛନ୍ତି । ସିଏ ମୋଟ ୮୩,୨୭୬ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଅନୁସୟା ପାତ୍ର ୪୫,୮୮୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କରଞିଆ ବିଧାନସଭା କ୍ଷେତ୍ରରେ ଭାଜାପା ପ୍ରାର୍ଥୀ ପଦ୍ମ ଚରଣ ହାଇବୁରୁ ୬୫,୩୫୭ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀନୀ ପୂର୍ବତନ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ୩୫,୮୫୮ ଖଣ୍ଡ ଭୋଟ ପାଇଛନ୍ତି ।

ବାରିପଦା ନିର୍ବାଚନ ମଣ୍ଡଳୀର ଭାଜାପା ପ୍ରାର୍ଥୀ ପ୍ରକାଶ ସୋରେନ ୭୭,୫୩୮ ଖଣ୍ଡ ଭୋଟ ପାଇଥିବାେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି ୪୮,୪୨୦ ଖଣ୍ଡ ଭୋଟ ପାଇଛନ୍ତି । ମୋରଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ଭାଜାପା ପ୍ରାର୍ଥୀ ଡ. କୃଷ୍ନଚନ୍ଦ୍ର ମହାପାତ୍ର ୭୭୯୮୦ ଖଣ୍ଡ ଭୋଟ ପାଇଥିବାେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀନୀ ପ୍ରୀତିନନ୍ଦା କାନୁନଗୋ ୪୪୭୮୨ ଖଣ୍ଡ ଭୋଟ ପାଇଛନ୍ତି । ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜାପା ପ୍ରାଥିନୀ ସଞଳୀ ମୁର୍ମୁ ୮୭,୮୦୧ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥନୀ ରଞିତା ମାର୍ଣ୍ଡି ୫୩,୩୨୫ ଖଣ୍ଡ ଭୋଟ ପାଇଛନ୍ତି । ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜାପା ପ୍ରାର୍ଥୀ ଭାଦବ ହାଁସଦା ୫୯,୩୮୭ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଡ, ଦେବାଶିଷ ମାର୍ଣ୍ଡି ୪୫ ,୭୩୫ ଖଣ୍ଡ ଭୋଟ ପାଇଛନ୍ତି । ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଭାଜାପା ପ୍ରାର୍ଥୀ ଜଲେନ ନାଏକ ୬୨,୭୨୪ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ରାଇସେନ ମୁର୍ମୁ ୫୫,୦୩୧ ଖଣ୍ଡ ଭୋଟ ପାଇଛନ୍ତି । ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜାପା ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିଆ ୮୫,୩୮୪ ଖଣ୍ଡ ଭୋଟ ପାଇଥିବାେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମ ୫୦,୭୧୭ ଖଣ୍ଡ ଭୋଟ ପାଇଛନ୍ତି । ଉଦଳା ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜାପା ପ୍ରାର୍ଥୀ ଭାଷ୍କର ମଢେଇ ୬୬,୪୦୧ ଖଣ୍ଡ ଭୋଟ ପାଇଥିବାେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନ ୫୯,୮୮୪ ଖଣ୍ଡ ଭୋଟ ପାଇଛନ୍ତିା ଲୋକସଭା ସାଂସାଦ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ ୫,୮୪,୪୦୬ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବାବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡି ୨,୧୮,୮୫୨ ଖଣ୍ଡ ଭୋଟ ପାଇ ପରାଜୟ ସ୍ୱାକାର କରିଛନ୍ତି । ସୂଚନା ଯୋଗ୍ୟ କି ୨୦୧୯ ସାଧାରଣ ନିର୍ବାଚନ ରେ ଭାଜାପା ମୟୁରଭଞ ଜିଲାରେ ନଅ ଗୋଟି ବିଧାନ ଭା ଆସନ ମଧ୍ୟରୁ ଛଅ ଗୋଟି ବିଧାନ ସଭା ଏବଂ ଲୋକସଭା ଆସନ କୁ ଅକ୍ତିଆର କରିଥିବାବେଳେ ଚଳିତ ନିର୍ବାଚନରେ ମୁଳପୋଛ କରିଦେଇଛିା