ଭୁବନେଶ୍ବର: ଉବେର ଏବଂ ଓଲା କମ୍ପାନୀର କ୍ୟାବ୍ କୁ ଟକ୍କର ଦେବାକୁ ଉନ୍ମୋଚିତ ହେଲା ‘ଓଡ଼ିଶା ଯାତ୍ରୀ’ ଆପ୍ । ଏହାକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଏହି ‘ଓଡ଼ିଶା ଯାତ୍ରୀ’ ଆପ୍ ଜରିଆରେ ସାଧାରଣ ଲୋକେ ବୁକ୍ କରି ଅଟୋ ଓ କାର୍ ରେ ଯାତ୍ରା କରିପାରିବେ ।
ଏହା ସହ ବରମୁଣ୍ଡା ବସଷ୍ଟାଣ୍ଡରେ ୧୨ଟି ଇ-ବସ୍ ସହ ସ୍ବୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍ ର ମଧ୍ୟ ଉଦଘାଟନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।