Photo For The News Of Pradhan Paninala

ପ୍ରଧାନ ପାଣିନାଳ ଉପର ବେଆଇନ୍ ସ୍ଥାୟୀ ପକ୍କାଘର ଗୃହ ନିର୍ମାଣ

State

ଉଚ୍ଛେଦ ଦାବି ନେଇ ଜିଲ୍ଲାପାଳଙ୍କୁ ପତ୍ର
ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଅଣିଜୋ ମାଇନର କେନାଲରୁ ବ।।ହାରିଥିବା ଆଉଟ୍‌ଲେଟର ପ୍ରଧାନ ନାଳ ଉପରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେ଼ାଆଇନ୍ ଭାବେ ସ୍ଥାୟୀ ପକ୍କାଘର ନିର୍ମାଣ କରିଥିବାରୁ ଏହାକୁ ଉଚ୍ଛେଦ ଦାବି ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ପାଣି ପଂଚାୟତ ସଭାପତି,ସମ୍ପାଦକ ଏବଂ ପଂଚାୟତବାସୀ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଅନ୍ତର୍ଗତ ବଡ଼ମହିଁଷଗୋଠ ଓ ପୁରୁଷଣ୍ଢ ପଂଚାୟତର କୁଆଁଶମଢିଆ ରାଜସ୍ୱ ମୌଜାର ଗରୀବ,ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ପରିବାରର ଚାଷୀ ମାନେ କୃଷି କାର୍ଯ୍ୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ;ସରକାରୀ ଚକବନ୍ଦୀ ନକ୍କା ଅନୁସାରେ ଅଣିଜୋ ଶାଖା କେନାଲ(କୁଆଁଶମଢିଆ ମୌଜା ଜଳସେଚନ ଅଫିସ ସନ୍ନିକଟ)ରୁ ଆଉଟ୍‌ଲେଟ୍ ଦ୍ୱାରା ଏକ ପ୍ରଧାନ ପାଣିନାଳ ଖାତା ନଂ-୨୮୪,ପ୍ଲଟ ନଂ-୫୧,ରକବା-ଏ୦-୧୧ଡ଼ି. ଦୀର୍ଘ ୫୦୦ ମି.ପର୍ଯ୍ୟନ୍ତ ସ୍ଥିତାବସ୍ଥା ହରାଇ ବସିଛି । ପରିତାପର ବିଷୟ ଉକ୍ତ ଆଉଟ୍‌ଲେଟ୍ ଆରମ୍ଭରୁ ପ୍ରଧାନ ପାଣିନାଳ ଉପରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବେଆଇନ୍ ଭାବେ ପକ୍କାଘର ନିର୍ମାଣ କରିବା ସହ ଉକ୍ତ ମୌଜାର ପାଖାପାଖି ୨୫ରୁ ଉର୍ଦ୍ଧ୍ୱ ପ୍ରଧାନ ପାଣିନାଳ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଅବରୋଧ କରାଯାଇଅଛି । ଯଦ୍ୱାରା ସମସ୍ତ ଚାଷ ଜମିକୁ ଜଳ ନିଷ୍କାସନ ହୋଇପାରୁନାହିଁ କି ଚାଷ ଜମିରେ ପାଣି ପହଂଚି ପାରୁନାହିଁ ।

Rewr

ଅପର ପକ୍ଷରେ କେନାଲ ଜଳ ନପାଇ ମଧ୍ୟ ସେମାନେ ଜଳକଳ ଦେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହାର ବିଧିବଦ୍ଧ ତଦନ୍ତ କରିବା ସହ ପ୍ରଧାନ ପାଣିନାଳ ଉପରେ ବେଆଇନ୍ ସ୍ଥାୟୀ ପକ୍କ୍‌ାଗୃହକୁ ଉଚ୍ଛେଦ ଓ ଅବରୋଧ ହୋଇ ରହିଥିବା ସମସ୍ତ ପ୍ରଧାନ ପାଣିନାଳକୁ ଅବରୋଧ ମୁକ୍ତ କରିବା ପାଇଁ ଆଗରପଡ଼ା ୧୪ ନଂ ଜୋନ୍ ଜିଲ୍ଳାପରିଷଦ ସଭ୍ୟା ରୁନିତା ଦାସ,ବିଟିପୁର ସରପଂଚ ସୁଭଦ୍ରା ସିଂହ,ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ,ବଡ଼ମହିଁଷଗୋଠ ସମିତି ସଭ୍ୟା ପଦ୍ମାବତୀ ନାଥଶର୍ମା,ମା’ଚଣ୍ଡି ପାଣି ପଂଚାୟତ ସଭାପତି ଦିପକ ମହାନ୍ତି,ସମ୍ପାଦକ ପଦ୍ମଲୋଚନ ନାଥଶର୍ମାଙ୍କ ସମତେ କୁଆଁଶମଢିଆ ଅଧିନସ୍ଥ ସମସ୍ତ ଚାଷୀ ଓ ପଂଚାୟତ ବାସୀ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଛି । ତତ୍ ସହିତ ଏହାର ଏକକିତା ନକଲ ଅତିରିକ୍ତ ଜିଲ୍ଲାପାଳ(ରେଭିନ୍ୟୁ)ଭଦ୍ରକ, ତହସିଲଦାର ବନ୍ତ ଓ ନିର୍ବାହୀଯନ୍ତ୍ରୀ କାଡ଼ା,ଭଦ୍ରକଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି ।