Rew

ଉତ୍ତମ ପରିବେଶ ସୃଷ୍ଟି କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରୀ ରହିଛି : ଭଞ୍ଜସେନା

State
  • ଶିମିଳିପାଳରେ ଏରିଆଲ ସିଡିଂ ମାଧ୍ୟମରେ ସବୁଜ ବନାନୀ ସୃଷ୍ଟି କରିବା ନେଇ ରାଷ୍ଟ୍ରପତି ମହୋଦୟାଙ୍କୁ ଦାବିପତ୍ର ପ୍ରଦାନ
  • ମୟୁରଭଞ୍ଜ ଜିଲ୍ଲା ର ସମସ୍ତ ସହରାଞ୍ଚଳରେ ଉତ୍ତାପ ବଢୁଥିବା କାରଣ ଗୁଡିକୁ ସଂମ୍ପୂର୍ଣ୍ଣ ବନ୍ଦ କରିବା ସହିତ ସବୁଜିମା କ୍ଷେତ୍ର ରେ ପଦକ୍ଷେପ ନେବାକୁ ମୁଖମନ୍ତ୍ରୀ ଙ୍କୁ ‘x’ ମାଧ୍ୟମରେ ନିବେଦନ

ବାରିପଦା : ଶିମିଳିପାଳ ବଞ୍ଚିଲେ, ଆମେ ବଞ୍ଚିବା | ଚଳିତ ଗ୍ରୀଷ୍ମ ରୁତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉତ୍ତପ୍ତ ହୋଇପଡିଥିବା ମୟୁରଭଞ୍ଜ ର ସଦର ମହକୁମା ବାରିପଦା ସହର ବହୁବାର ବିଶ୍ୱର ୧0 ଗୋଟି ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ସହର ଭାବେ ବିଶ୍ୱରେ ପରିଚିତ ହୋଇପାରିଲା ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳ ଯଥା ରାଇରଙ୍ଗପୁର ମ୍ୟୁନିସିପାଲିଟି, କରଞ୍ଜିଆ ଏବଂ ଉଦଳା ଏନ.ଏ.ସି ସମେତ ସମଗ୍ର ଜିଲ୍ଲାରେ ପ୍ରଚୁର ଉତ୍ତାପ ଅନୁଭୂତ ହୋଇଥିଲା,ଏଣୁ ଆଗାମୀ ଦିନରେ କିଭଳି ଏଭଳି ସମସ୍ୟା କୁ ମୁକାବିଲା କରିହେବ ସେବାବଦରେ “ମୁଁ ବଞ୍ଚିବା ପାଇଁ ବୃକ୍ଷରୋପଣ କରିବି । ଦୁନିଆ ପାଇଁ ଜଙ୍ଗଲ ସୃଷ୍ଟି କରିବି । ଜଙ୍ଗଲ ଓ ଗଛକୁ ବଞ୍ଚିଥିବା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇବି । ଗଛର ଶତ୍ରୁକୁ ମୋର ଶତ୍ରୁ ବୋଲି ଭାବିବି” ସ୍ଲୋଗାନ କୁ ବାସ୍ତବତାରେ ପରିଣତ କରିବା ଏବଂ ଏହା ବାଦ ଯୋଉ ଯୋଉ କାରଣ ଯୋଗୁଁ ଏହି ଉତ୍ତାପ ଅଧିକରୁ ଅଧିକତର ହେଉଛି ସେବାଦରେ ଆମ୍ଭେ ସରକାରଙ୍କୁ ଅବଗତ କରି ଚଳିତ ଜୁଲାଇ ମାସ ୧ତାରିଖ ଠାରୁ ଜିଲ୍ଲାରେ ଥିବା ବିଭିନ୍ନ ଧାର୍ମିକ ପୀଠ ଗୁଡ଼ିକରୁ ଚନ୍ଦନ ଗଛ ଲଗାଇ ଶୁଭାରମ୍ଭ କରାଯାଇଥିଲା ଏବଂ ନୂତନ ଗଛ ଲଗାଇବା କାର୍ଯ୍ୟକ୍ରମ ଆଜି ପର୍ଯ୍ୟନ୍ତ ଜିଲ୍ଲା ତମାମ ଲାଗିରହିଛି ତାସହିତ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ପଦକ୍ଷେପ ସ୍ୱରୂପ ଜିଲ୍ଲା ତମାମ (1)ବେନର ହୋର୍ଡିଙ୍ଗ ଲଗାଯାଇଥିଲା(2) ଗଛ ଲଗାଇବା ସ୍ଲୋଗାନ ଲେଖା ସହ ପାଞ୍ଚ ହଜାର ରୁ ଉର୍ଧ୍ଵ ଟିଶାର୍ଟ ବଣ୍ଟନ କରିବା (3) ଜିଲ୍ଲା ତମାମ ସେଲଫି କାଉଣ୍ଟର ଲଗାଯିବା ସହିତ ଲିଫଲେକ୍ଟ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି |ଆଉ ଗୋଟିଏ ସପ୍ତାହ ପରେ ତାଳ ଚାରା (ମଞ୍ଜି ) ଜିଲ୍ଲାର ବିଭିନ୍ନ ନଦୀ ତଟ , ପୋଖରୀ ତୁଠ ଏବଂ ବିଭିନ୍ନ ଅଞ୍ଚଳରେ ପୋତିବାର କାର୍ଯ୍ୟକ୍ରମ ରହିଅଛି |

ଏପରିକି ଶିମିଳିପାଳ ଅଭୟାରଣ୍ୟର ଫାଙ୍କା ପଡ଼ିଥିବା ପଡ଼ିଆ ଗୁଡିକରେ ଅନ୍ୟାନ୍ୟ ରାଜ୍ୟରେ ଆର୍ମୀ ହେଲିକେପ୍ଟର ଦ୍ୱାରା ହେଉଥିବା “ଏରିଆଲ ସିଡିଂ” ମାଧ୍ୟମରେ ଶିମିଳିପାଳ କୁ ସଂମ୍ପୂର୍ଣ୍ଣ ସବୁଜିମା କରିବା ପାଇଁ ଭାରତବର୍ଷର ମାନ୍ୟବର ରାଷ୍ଟ୍ରପତି ମହୋଦୟା, ଦେଶର ପ୍ରଧାନମନ୍ତ୍ରୀ, ଦେଶର ମୁଖ୍ୟ ବିରୋଧୀଦଳ ନେତା,ଓଡିଶା ମୁଖ୍ୟମନ୍ତ୍ରୀ, ଓଡିଶା ବିରୋଧୀ ଦଳ ନେତାଙ୍କୁ ‘x’ ଯୋଗେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ବାରମ୍ବାର ଅବଗତ କରିଛନ୍ତି |

ତାସହିତ ଆଜି ମଧ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସହରାଞ୍ଚଳରେ ବଢୁଥିବା ଉତ୍ତାପ କୁ କିଭଳି ଭାବେ କମ କରାଯାଇପାରିବ ସେବାବଦରେ ମଧ୍ୟ ‘x’ ଯୋଗେ ଦୃଷ୍ଟି ଆକର୍ଷଣ କରାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ |
ଦାବୀ ଗୁଡିକ ମଧ୍ୟରେ ଥିଲା………
(୧)କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲର ସହର ଭଳି ସହରାଞ୍ଚଳ ଭିତରେ ବୃକ୍ଷରୋପଣ ଉପରେ ଗରୁତ୍ବ ପ୍ରଦାନ କରିବା ସହିତ ସୌନ୍ଦର୍ଯ୍ୟକରଣ ଆଳ ଦେଖାଇ ଗଛ କାଟିବା ସଂମ୍ପୂର୍ଣ ଭାବେ ବନ୍ଦ ରଖିବା |
(୨)ଆବଶ୍ୟକ ନଥିବା ପ୍ରତ୍ୟକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ସରକାରୀ ଅଫିସ,ରାସ୍ତାଘାଟ,ପୋଖରୀତୁଠ ପରି ବହୁ ଜାଗାରେ ସିମେଣ୍ଟ କଂକ୍ରିଟ କରି ତା ଉପରେ ଅଳ୍ପ ବାଲି ପକାଇ ପେବର ବ୍ଲକ ବସାଇବା ବନ୍ଦ କରିବା କାହିଁକିନା ବର୍ଷା ପାଣି ହେଉ ଅଥବା ଅନ୍ୟାନ୍ୟ ପାଣି ସିମେଣ୍ଟ କଂକ୍ରିଟ ଭେଦି ଭୂମିପୃଷ୍ଠ କୁ ଯାଇପାରୁନାହିଁ, ଯାହାଫଳରେ ଭୂମିପୃଷ୍ଠ ଉତ୍ତପ୍ତ ହେଉଅଛି ଏବଂ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଅଛି,
(୩)ପୋଖରୀ ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନାମରେ ଦୀର୍ଘଦିନଧରି ପୋଖରୀ କାର୍ଯ୍ୟ ଚାଲୁ ରହିଛି,ଯଦ୍ବାରା ପୋଖରୀ ଗୁଡିକର ଜଳସ୍ତର କମିଯାଇଅଛି।ତା ସହିତ ପୋଖରୀ ତୁଠ ଗୁଡିକରେ ସିମେଣ୍ଟ ଦ୍ୱାରା ପ୍ୟାକିଂ କାର୍ଯ୍ୟ କରିବା ଏବଂ ସଠିକ ଭାବରେ ପଙ୍କ ଉଦ୍ଧାର ନହେବା ଦ୍ୱାରା ପୂର୍ବରୁ ପୋଖରୀଗୁଡିକରେ ଥିବା ଝର ଗୁଡିକ ମଧ୍ୟ ବନ୍ଦ ହେବାକୁ ବସିଲାଣି।
ଯଦି ଯଥାଶୀଘ୍ର ଏବାବଦରେ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଭଞ୍ଜସେନା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ୍ୟ ହେବ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି l