Img 20240821 Wa0192

ରକ୍ଷାବନ୍ଧନରେ ମହାମହିମ ରାଷ୍ଟ୍ରପତିଙ୍କୁ ରାକ୍ଷୀ ବାନ୍ଧିଲେ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ, ଠାକୁରମୁଣ୍ଡ। ର ଛାତ୍ରୀମାନେ

State

ବାରିପଦା: ଓସେପା, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ସ୍ଵତନ୍ତ୍ର ଭାବେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର ୫ଟି ବିଦ୍ୟାଳୟର ମୋଟ ୨୫ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧିବା ସହ ଏକ ସାକ୍ଷାତକାର କାର‌୍ୟ୍ୟକ୍ରମରେ ଯୋଗଦାନ କରିଥିଲେ ।
ରକ୍ଷାବନ୍ଧନ ଉପଲକ୍ଷେ ରାଷ୍ଟ୍ରପତି ଭବନ ସ୍ଥିତ ସାଂସ୍କୃତିକ କେନ୍ଦ୍ରରେ ସକାଳ ସାଢେ ୧୦ଟା ରେ ସ୍ଵତନ୍ତ୍ର କାର‌୍ୟ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ପାଖାପାଖି ୧୫ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ପିଲାଙ୍କ ସହ ଆଲୋଚନା କରିଥିଲେ । ରାଷ୍ଟ୍ରପତି କହିଥିଲେ, “ରକ୍ଷାବନ୍ଧନ କେବଳ ଭାଇ ଭଉଣୀର ସମ୍ପର୍କ ମଧ୍ୟରେ ସୀମିତ ନୁହେଁ ବରଂ ଏହା ସମସ୍ତଙ୍କୁ ଯୋଡିବାର ଏକ ମାଧ୍ୟମ” । ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୟନ୍ତ ଚୌଧୁରୀ ମଧ୍ୟ ସାମିଲ ହୋଇଥିଲେ ।
ବିଦ୍ୟାର୍ଥୀ ମାନେ ରାଷ୍ଟ୍ରପତିଙ୍କ ସହିତ ଫୋଟୋଚିତ୍ର ଉତ୍ତୋଳନ କରିବା ସହ ଅମୃତ ଉଦ୍ୟାନ ଓ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ସ୍ଥିତ ଦ୍ରୌପଦୀ ବାଳିକା ଉଚ୍ଚ ବିଦ୍ୟାଳୟ, ନିଶାପୋଷିର ଛାତ୍ରୀ କୁମାରୀ ମେଘନା ପ୍ରିୟଦର୍ଶିନୀ, ଦେବସ୍ମିତା ମହାନ୍ତ, ଚିନ୍ମୟୀ ମହାନ୍ତ, ପ୍ରିୟଙ୍କା ସୋୟ, ଆଦିତୀ ତନୟା ମହାନ୍ତ ଓ ଗାଇଡ ଭାବେ ଶିକ୍ଷୟିତ୍ରୀ ବବିତା ମହାନ୍ତ ଯୋଗଦାନ କରିଥିଲେ ।
ଏହି ଛାତ୍ରୀ ମାନେ ୧୮ ଅଗଷ୍ଟରେ ଭୁବନେଶ୍ଵର ସ୍ଥିତ ବିମାନ ବନ୍ଦରରୁ ବିମାନ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଥିଲେ ଓ ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ଵରରେ ଆସି ପହଞ୍ଚିଛନ୍ତି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଉକ୍ତ କାର‌୍ୟ୍ୟକ୍ରମ ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟିଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଛି ।