Chori

ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ଦେଖି ଶିଖିଲେ ଡକାୟତି, କୌଶଳକ୍ରମେ ଚୋରଙ୍କୁ କାବୁ କଲା ପୋଲିସ

State

ସୋସିଆଲ ମିଡିଆ ସାହାଯ୍ୟରେ ଲୋକମାନେ ବହୁତ କିଛି ନୂଆ ନୂଆ ଜିନିଷ ଶିଖୁଛନ୍ତି । କିଏ ରୋଷେଇ କରିବା ଶିଖୁଛି ତ କିଏ ସୋସିଆଲ ମିଡିଆରୁ ପାଠ ପଢୁଛି । କିନ୍ତୁ ଏବେ ସୋସିଆଲ ମିଡିଆର ଅପ ବ୍ୟବହାର ହେଉଛି । କିଛି ଯୁବ ପିଢ଼ି ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ଦେଖି ଡକାୟତି ଶିଖୁଛନ୍ତି । ଏକଥା ବିଶ୍ୱାସ ହେଉ ନଥିଲେ ବି ସତ । ଦୁଇ ଜଣ ଅଭିଯୁକ୍ତ ସୋସିଆଲ ମିଡିଆରେ ଚୋରି କରିବା ଶିଖିଥିଲେ । ଏବଂ ଏହାକୁ ଚରିତାର୍ଥ କରିବାକୁ ଯାଇ ବ୍ୟାଙ୍କ ଲୁଟ ଉଦ୍ୟମ ମଧ୍ୟ କଲେ । କିନ୍ତୁ ଚୋର ଘର ବେଶୀ ଦିନ ଅନ୍ଧାର ନଥାଏ ଏକଥା ଆମେ ସମସ୍ତେ ଜାଣିଛୁ । ଚୋରଙ୍କ ସବୁ ଚାଲାକିର ପର୍ଦ୍ଦାଫାସ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ ଏବଂ କୌଶଳକ୍ରମେ ଦୁଇ ଚୋରଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି ।

କଟକ ନରାଜ ନିକଟବର୍ତି ମାର୍ଥାପୁର ସ୍ଥିତ କାନାଡ଼ା ବ୍ୟାଙ୍କରେ ଘଟିଥିବା ଲୁଟ ଉଦ୍ୟମ ମାମଲାର ଛାନଭିନ କରୁଥିବା ବାରଙ୍ଗ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଚୋରଙ୍କୁ ଧରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା ଯେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଥିଲା । ଚୋରି କରିବା ପାଇଁ ଏ ଚୋରମାନେ ରିଲ୍ସ ଦେଖୁଥିଲେ । ଆଉ ସୁଯୋଗ ଦେଖି ବ୍ୟାଙ୍କ ଲୁଟ ଉଦ୍ୟମ କରିଥିଲେ ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ବାରଙ୍ଗ ବାସିନ୍ଦା ତପନ ଦାସ ଓ ବାଙ୍କୀ ବାସିନ୍ଦା ମୁକ୍ତିରଞ୍ଜନ ପରିଡ଼ା। ଗତ ୨୫ ତାରିଖ ରାତିରେ ତପନ ଓ ମୁକ୍ତିରଞ୍ଜନ ପରିଡ଼ା ବ୍ୟାଙ୍କ ଝରକା ତାଡ଼ି ବ୍ୟାଙ୍କ ଭିତରେ ରଖାଯାଇଥିବା ସୁରକ୍ଷାର୍କମୀଙ୍କ ବନ୍ଧୁକ ଓ ଟ୍ୟାବ ଚୋରି କରିନେଇଥିଲେ। ବ୍ୟାଙ୍କ ମ୍ୟାନଜେରଙ୍କ ଏତଲା ପରେ ପୋଲିସ ସନ୍ଧାନୀ କୁକୁର ଓ ଅନ୍ୟ ଟକେ୍ନୋଲୋଜି ବ୍ୟବହାର କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମୋନଙ୍କ ନିକଟରୁ ଚୋରି ହୋଇଥିବା ବନ୍ଧୁକ, ଟ୍ୟାବଲଟେ ଓ ଏଟିଏମ ଆଡମିନ କାର୍ଡ ଜବତ କରାଯାଇଛି । ଉଭୟଙ୍କର ପୂର୍ବରୁ କୌଣସି ପୁରୁଣା ଅପରାଧ ନଥିବା ବଳେେ ସମୋନେ ୟୁଟ୍ୟୁବ ଓ ଇନଷ୍ଟାଗ୍ରାମ ରିଲ୍ସ ଦଖେି ଏହି ଡକାୟତି କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଉଭୟଙ୍କ ମୋବାଇଲ ଯାଞ୍ଚ ପରେ ଚୋରି ହୋଇଥିବା ବନ୍ଧୁକ ସହିତ ଉଭୟ ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିବା କଥା ମଧ୍ୟ ଜଣା ପଡିଥିଲା । ସୋସିଆଲ ମିଡିଆ ଆମ ମନୋରଞ୍ଜନ ପାଇଁ କରାଯାଇଥିଲେ ମଧ୍ୟ ଲୋକମାନେ ଏହାର ଅପବ୍ୟବହାର କରୁଛନ୍ତି । ଯାହା ନିଶ୍ଚିତ ଭାବେ ନିନ୍ଦନୀୟ ।