Bag

ଆଗରପଡ଼ାରେ ବାଗଦେବୀଙ୍କ ପୂଜାର୍ଚ୍ଚନା

State

ଆଗରପଡ଼ା :ଆଗରପଡ଼ା ତଥା ଏହାର ଆଖପାଖ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କ୍ଲବ ମାନଙ୍କରେ ବାଗଦେବୀଙ୍କର ପୂଜାର୍ଚ୍ଚନା ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଗରପଡ଼ା ମହାବୀର ଯୁବକ ସଂଘ ପୂଜା କମିଟି ଦ୍ୱାରା ପୂଜା ପାଉଛନ୍ତି ବାଗଦେବୀ । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ପୂଜା ଖୁବ୍ ଧୁମଧାମରେ ପାଳିତ ହେଉଅଛି । କଳାଶିକ୍ଷକ ପଦ୍ମନାଭ ସେଠୀଙ ଦ୍ୱାରା ଟେରାକୋଟା କାରୁକାର୍ଯ୍ୟରେ ନିର୍ମତ ହୋଇଥିବା ମା’ ସରସ୍ୱତୀଙ୍କ ମୃଣୟ ମୂର୍ତ୍ତୀ ଉକ୍ତ କୁବରେ ପୂଜା ପାଇଥିଲେ । ସଭାପତି ବାବୁରାମ ବେହେରାଙ୍କ ଦତ୍ତ୍ୱାବଧାନରେ କମିଟି ସଂପାଦକ ରୁଦ୍ର ପ୍ରସାଦ ସିଂହ, ସଭ୍ୟ ରଂଜିତ ପ୍ରତାପ ସିଂହ, ପ୍ରଦୀପ୍ତ ସେଠୀ, ଶୁଭମ୍ ସିଂହ, ଶ୍ରୀତମ ସିଂହ, ବଳରାମ ସେଠୀଙ୍କ ସମେତ ଶତାଧିକ ସଦସ୍ୟଙ୍କ ସହଯୋଗରେ ପୂଜାର୍ଚ୍ଚନା ସମାପନ ହୋଇଥିଲା ।