Ewrwr

ମେଧାବୀଛାତ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ

State

ଆଗରପଡ଼ା :ବନ୍ତ ବ୍ଲକ ମହାନ୍ତିପଡ଼ା ଗ୍ରାମର ଗୌରାଙ୍ଗ ମହାରଣାଙ୍କ ପୁଅ ତଥା ମହାନ୍ତିପଡ଼ା ସ୍କୁଲ ୭ମ ଶ୍ରେଣୀ ଛାତ୍ର ଅନନ୍ତ ମସ୍ତିଷ୍କ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ମାତ୍ର ଅଧିକ ଚିକିତ୍ସା ପାଇଁ ତାଙ୍କ ପରିବାର ଅର୍ଥ ସଙ୍କଟରେ ପଡ଼ି ଯାଇଛନ୍ତି । ଘରେ ଯାହାଥିଲା ତାକୁ ବିକିଭାଙ୍ଗି ବାପା ପୁଅର ଚିକିତ୍ସାରେ ଖର୍ଚ୍ଚ କରିସାରିଛନ୍ତି । ସେ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥର ବହୁ ଆବଶ୍ୟକତା ରହିଛି । ଯାହାକି ସଂଗ୍ରହ କରିବାକୁ ସେ ଅସମର୍ଥ । ତେଣୁ କୌଣସି ସହୃଦୟ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଅନନ୍ତର ଚିକିତ୍ସା ନିମନ୍ତେ ସହାୟତାର ହାତ ବଢାଇବା ପାଇଁ ପରିବାର ତରଫରୁ ଆକୁଳ ନିବେଦନ କରାଯାଇଛି ।