Rwer

ସମିତିସଭ୍ୟାଙ୍କ ପରଲୋକ

State

ଆଗରପଡ଼ା :ଆଗରପଡ଼ା ୧୪ନଂ ଜୋନ ଅନ୍ତର୍ଗତ ଆଡ଼ିଆ ପଂଚାୟତର ସମିତିସଭ୍ୟାଙ୍କ ୬୬ବର୍ଷ ବୟସରେ ପରଲୋକ ଘଟିଛି । ସୂଚନା ଅନୁଯାୟୀ; ଆଡ଼ିଆ ବଂଚାୟତ ସମିତିସଭ୍ୟା ତଥା ଉକ୍ତ ପଂଚାୟତ ଅନ୍ତର୍ଗତ କୁଆଁର୍ଦା ଗ୍ରାମର ନାରାୟଣ ଚନ୍ଦ୍ର ଭୂୟାଁଙ୍କ ସ୍ତ୍ରୀ ପ୍ରମିଳା ଅସୁସ୍ଥତା କାରଣରୁ ଗତ ୮ ଦିନ ହେବ ଭୁବନେଶ୍ୱର ସ୍ଥିତ ସ୍ପର୍ଶ ମେଡ଼ିକାଲରେ ଚିକିତ୍ସାଧିନ ଥିଲେ । ମଙ୍ଗଳବାର ଦିବା ୨ଟା ୩୦ ମିନିଟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ସମୟରେ ତାଙ୍କର ଏକ ମାତ୍ର ପୁଅ ତାପସ ସେଠାରେ ଉପସ୍ଥିତ ଥିଲେ । ତାଙ୍କ ମୃତ ଶରୀରକୁ ଗ୍ରାମକୁ ଅଣାଯିବା ପରେ ଗ୍ରାମ୍ୟ ଭ୍ରମଣ କରାଯାଇ ଦାହ କରାଯାଇଥିଲା । ପୁତ୍ର ତାପସ ମୁଖାଗ୍ନି ଦେଇଥିବା ବେଳେ ପରିବାର ବର୍ଗଙ୍କ ସମେତ ଝିଅ,ଜ୍ୱାଇଁ ଉପସ୍ଥିତ ଥିଲେ । ପ୍ରମିଳା ଜଣେ ସରଳ, ଅମାୟିକ ଓ ଧର୍ମପରାୟଣା ମହିଳା ଭାବେ ଅଂଚଳରେ ବେଶ ପରିଚିତ ଥିବା ବେଳେ ବିଜେଡ଼ିରେ ଜଣେ ଆଗଧାଡ଼ି ନେତ୍ରୀ ସହ ଜଣେ ସୁସଂଗଠକ ଥିଲେ । ଖବର ପାଇ ବହୁ ବିଶିଷ୍ଠ ବ୍ୟକ୍ତି ମରଶରୀରକୁ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।