Photo For The News Of Anganwadi

ଅଙ୍ଗନବାଡ଼ି କେନ୍ଦ୍ରରେ ପୂଜା ପାଇଲେନି ବାଗଦେବୀ

State

ଆଗରପଡ଼ା :ବନ୍ତ ବ୍ଳକ କାଦବରାଙ୍ଗ ପଂଚାୟତର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କ୍ଲବରେ ବାଗଦେବୀଙ୍କ ପୂଜାର୍ଚ୍ଚନା ପାଳିତ ହୋଇଥିବା ବେଳେ ରାଣୀପୁର ଅଙ୍ଗନବାଡ଼ି କେନ୍ଦ୍ରରେ ବାଗଦେବୀଙ୍କ ପୂଜା ଅନୁଷ୍ଠିତ ହୋଇନଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ;ରାଣୀପୁର ଅଙ୍ଗନବାଡ଼ିରେ ଅଧ୍ୟୟନରତ କୁନିକୁନିପିଲା ମା’ଙ୍କ ପୂଜା ପାଇଁ ଅନୁଷ୍ଠାନରେ ପହଂଚିବା ବେଳକୁ ଅନୁଷ୍ଠାନ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ଏହା ଜଣାପଡ଼ିବା ପରେ ଅଭିଭାବକମାନେ ଏହାର କାରଣ ଜାଣିବାକୁ ଚାହିଁଥିଲେ । ଏହାର କାରଣ ଜାଣିବାକୁ କେନ୍ଦ୍ର କର୍ମୀଙ୍କ ସମତେ ସୁପରଭାଇଜରଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିଲା । ପରେ ସ୍ଥାନୀୟ ସରପଂଚ ପ୍ରତିନିଧିଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ କର୍ମୀ ଅସୁସ୍ଥତା କାରଣରୁ ପୂଜା କରିନଥିବା ପ୍ରକାଶ କରିଥିବା ସେ କହିଥିଲେ । ତେଣୁ ନିଜ ଅସୁସ୍ଥତା ଯୋଗୁଁ ଶିକ୍ଷାନୁଷ୍ଠାନରେ ମା’ଙ୍କୁ ପୂଜା ନକରି ପିଲାଙ୍କୁ ଏଥିରୁ ବଂଚିତ କରିବା କେତେ ଯୁକ୍ତଯୁକ୍ତ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ବିଭାଗ ତରଫରୁ କରାଯିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।