Onn 3

ଅଙ୍ଗନବାଡ଼ି କର୍ମୀଙ୍କ ଅନୁପସ୍ଥିତକୁ ନେଇ ଚର୍ଚ୍ଚା

State

ଆଗରପଡ଼ା :ଗତ ମଙ୍ଗଳବାର ‘ଆମ ଓଡ଼ିଣା ନବୀନ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟ ଆଗରପଡ଼ା ୧୪ନଂ ଜୋନ ଅନ୍ତର୍ଗତ ବିଟିପୁର,ରାମଚନ୍ଦ୍ରପୁର,ଆଡ଼ିଆ ଓ୧୫ନଂ ଜୋନ ଅନ୍ତର୍ଗତ କାଦବରାଙ୍ଗ ପଞ୍ଚାୟତରେ ପୃଥକ ଭାବେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ବିଶିଷ୍ଟ ନେତୃବୃନ୍ଦ ଯୋଗ ଦେଇ ନବୀନ ସରକାରଙ୍କ ବିକାଶର ବାର୍ତ୍ତା ପ୍ରେରଣ କରିଥିଲେ । କିନ୍ତୁ ଅଭିଯୋଗ ଅନୁଯାୟୀ କାଦବରାଙ୍ଗ ସେକ୍ଟର ଅଧିନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ କିଛି କେନ୍ଦ୍ରର କର୍ମକର୍ତ୍ତା ଏଥିରେ ଯୋଗ ଦେଇନଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀଙ୍କ ଯୋଗଦାନ ନିହାତି ଆବଶ୍ୟକ ଥିବା ବେଳେ କେଉଁ କାରଣରୁ ସେମାନେ ଉକ୍ତ କାର୍ଯ୍ୟକ୍ରମରେ ଅନୁପସ୍ଥିତଥିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଉଥିବା ବେଳେ କର୍ମୀଙ୍କ ଅନୁପସ୍ଥିତ ସେମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ସରକାରୀ ନିର୍ଦ୍ଦେଶ ପରେବି କେଉଁ କାରଣରୁ ବିଭିନ୍ନ କେନ୍ଦ୍ରର କର୍ମୀ ଅନୁପସ୍ଥିତ ଥିଲେ ତାହାର ତଦନ୍ତ କରାଯିବା ସହିତ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।