Onn 3

ଚୋରାମଦ କାରବାରକୁ ମହିଳାଙ୍କ ବିରୋଧ

State

ଆଗରପଡ଼ା :ବନ୍ତ ବ୍ଳକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭଗାରାମ ଗ୍ରାମରେ ଚୋରାମଦ କାରବାରକୁ ମହିଳାମାନେ ବିରୋଧ କରିଥିବା ଜଣାପଡ଼ିଛି । ବିଭିନ୍ନ ସମୟରେ ଉକ୍ତ ଗ୍ରାମରେ ଚୋରା ମଦ ବେପାରକୁ ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ଯଦ୍ୱାରା ଉକ୍ତ ଅଂଚଳରେ ଚୋରା ମଦ କାରବାର ଜୋର ବୃଦ୍ଧି ପାଇଥିଲା । ସସସ୍ୱତୀ ପୂଜା ଥିବାରୁ ଏହାର ବିକ୍ରୀ ଜୋର ହେବା ନେଇ ଚିନ୍ତା ପ୍ରକଟ କରିବା ସହ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଚୋରା ମଦ ବିକ୍ରୀ ହେଉଥିବା ସ୍ଥାନକୁ ଯାଇ ସେଠାରେ ଥିବା ଚୋରା ଦେଶୀ ଓ ବିଦେଶୀ ମଦକୁ ନଷ୍ଟ କରୁଥିବାର ଜଣାପଡ଼ିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେମାନେ ଶେଷରେ ଏହିପରି ପଦକ୍ଷେପ ନେଲେ ବୋଲି କୁହାଯାଉଛି ।