Loka Seva Bhawan

ରାଜ୍ୟ କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର, ଏସଏଚଜି ମହିଳାଙ୍କୁ ମିଳିବ ହଜାରେ ଟଙ୍କା

State

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୨ ପ୍ରସ୍ତାବ ଉପରେ ମୋହର ବାଜିଛି।

ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସଦସ୍ୟାଙ୍କୁ ୧ ହଜାର ଟଙ୍କା ଲେଖାଏଁ ମିଳିବ । ୟୁନିଫର୍ମ ପୋଷାକ ବାବଦରେ ୭୦ ଲକ୍ଷ ଏସଏଚଜି ସଦସ୍ୟାଙ୍କୁ ଏହି ଟଙ୍କା ମିଳିବ । ଏସଏଚଜି ଏକଜ୍ୟୁଟିଭ୍ ମାନଙ୍କୁ ବ୍ଲେଜର୍ ବାବଦରେ ଅଧିକ ୧୦୦୦ ଟଙ୍କା ମିଳିବ । ଅର୍ଥାତ୍ ସେମାନଙ୍କୁ ମିଳିବ ୨୦୦୦ ଟଙ୍କା । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ବୁଣାକରାଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା କରାଯାଇଛି। ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ ବୁଣାକାର । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି।