Photo For The News Of Strike

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ମୁଖ୍ୟ ବଜାର ସ୍ଥିତ ମହତାବଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଡ୍ରାଇଭର ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯାଇଛି । ଆଗରପଡ଼ା ଡ୍ରାଇଭର ସଂଘର ସଭାପତି ବିଜୟ ନାଥ, ଉପସଭାପତି ଖଗେଶ୍ୱର ଜେନା,ବ୍ଲକ ସମ୍ପାଦକ ଜୀବନ ନାୟକଙ୍କ ସମେତ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇଥିଲେ ।

କେନ୍ଦ୍ର ସରକାର ଉକ୍ତ ଆଇନକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ଉକ୍ତ ଆନ୍ଦୋଳନ ଯୋଗୁ ଶନିବାର ଆଗରପଡ଼ାରୁ ବିଭିନ୍ନ ସ୍ଥାନକୁ ଯାତାୟାତ ପ୍ରଭାବିତ ହୋଇଛି ।