Fdsf

ମତ୍ସ୍ୟ ଚାଷୀ ମେଳା ଅନୁଷ୍ଠିତ

State

ବାରିପଦା: ସମାଜରେ ୮୦ ଭାଗ ମଣିଷ ଆମିଷାସୀ। କି ବାହାଘର, ଜନ୍ମୋତ୍ସବ,ଏକାଦଶାହ,ପାର୍ଟି,ସଭା ସମିତି ସବୁଠି ଆମିଷ ଦରକାର । ରାଜ୍ୟରେ ମତ୍ସ୍ୟ ଚାଷୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ଯୋଜନା କରିବା ସହ ଚାଷୀମାନଙ୍କୁ ସଶକ୍ତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମତ୍ସ୍ୟ ଚାଷ ଏକ ଲାଭ ଜନକ ଚାଷ ।ଏହାର ଚାହିଦା ବର୍ଷ ତମାମ ରହିଛି । ମତ୍ସ୍ୟ ଚାଷୀଂକ ପାଇଁ ଆଇଟିଡିଏ ସମ୍ମିଳନୀ ପରିସରରେ ଭାରତ ସରକାରଙ୍କ ଜନଜାତି ଉପଯୋଜନା ଆନୁକୁଲ୍ୟରେ ସିଫା ତରଫରୁ ରାଇରଙ୍ଗପୁର ବ୍ଳକ ଏବଂ କୁସୁମୀ ବ୍ଳକର ୬୦ ରୁ ଊର୍ଦ୍ଧ୍ବ ମତ୍ସ୍ୟ ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଶୁକ୍ରବାର ଦିନ ଏକ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିରରେ ସିଫାର ମୁଖ୍ୟ ଖ୍ଯାତନାମା ମତ୍ସ୍ୟ ବିଜ୍ଞାନୀ ଡଃ ଜିତେନ୍ଦ୍ର କୁମାର ସୁନ୍ଦରରାୟ, ଡଃ ସଂଗ୍ରାମ କେତନ ସାହୁ, ଡଃ ପ୍ରିୟବ୍ରତ ସ୍ବାଇଁ, ଡଃ ଖୁଣ୍ଟିଆ ମୁର୍ମୁ, ଡଃ ଲକ୍ଷ୍ମଣ ସାହୁ, ରାଇରଙ୍ଗପୁର ବ୍ଳକର ସହକାରୀ ମତ୍ସ୍ୟ ବିଭାଗ ଅଧିକାରୀଣୀ ଶ୍ରଦ୍ଧାଞ୍ଜଳୀ ସାହୁ,ପ୍ରାଣୀ ଚିକିତ୍ସକ ଡଃ ଦେବେନ୍ଦ୍ର ନାଥ ଯେନା ପ୍ରମୁଖ ଯୋଗ ଦେଇ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ଆଲୋକପାତ କରିଥିଲେ ।

ଖାଦ୍ୟ ସୁରକ୍ଷା ପାଇଁ କମ ସମୟ ମଧ୍ୟରେ ଅଧିକ ଉତ୍ପାଦନ ପାଇଁ ବିଜ୍ଞାନ ଭିତ୍ତିକ ପ୍ରଣାଳୀରେ ଚାଷ କଲେ ଚାଷୀମାନେ ଲାଭ ପାଇ ପାରିବେ । ଏଥିପାଇଁ ମିଠା ଜଳ ମତ୍ସ୍ୟ ଚାଷ, ପୋଖରୀ ପ୍ରସ୍ତୁତି,ମାଛ ଯାଆଁଳ,ମାଛର ଖାଦ୍ୟ,ରୋଗ ନିରାକରଣ,ଉନ୍ନତ କିସମର ଯାଆଁଳ ଚାଷ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମତ୍ସ୍ୟ ଚାଷୀମାନେ ସେମାନେ ସେମାନଙ୍କ ମନରେ ଥିବା କିମ୍ବା ଚାଷ କରୁଥିବା ସମୟରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିଥିଲେ । ମତ୍ସ୍ୟ ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସାହୁ ଏବଂ ପ୍ରାଣୀ ଚିକିତ୍ସକ ଡଃ ଦେବେନ୍ଦ୍ର ନାଥ ମେଳା ମତ୍ସ୍ୟ ଚାଷ ଉପରେ ସରକାରଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ ।ପରେ ମତ୍ସ୍ୟ ହିତାଧିକାରୀ ମାନଙ୍କୁ ଉନ୍ନତ ମାନର ଯାଆଁଳ ” ଜୟନ୍ତୀ ରୋହୀ’,ପମ୍ପ,ପାଇପ,ଖାଦ୍ୟ,ଚୂନ,ପିଡ଼ିଆ ସିଫା ତରଫରୁ ମାଗଣାରେ ବଣ୍ଟନ କରାଯାଇଥିଲା । ମତ୍ସ୍ୟ ଚାଷୀ ଓ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନେ ତାଲିମ ରୁ ମାଛ ଚାଷ ଉପରେ ବହୁମୂଲ୍ୟବାନ ତଥ୍ଯ ଅଫିସର ମାନଙ୍କ ଠାରୁ ପାଇବା ସହ ସରକାରୀ ସାହାଯ୍ୟ ପାଇଁ ଭାରି ଖୁସି ହୋଇ ଫେରିଥିଲେ ।ମାଛଚାଷକୁ ଗୁରୁତ୍ଵ ଦେଇ ମାଛଚାଷ କରି ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଥିଲେ ।