Npl Cricket Turnament

ଏନ ପି ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ହଷ୍ଟେଲ ୧୧ ଚମ୍ପିୟାନ

sports State

ବାରିପଦା:  ସ୍ଥାନୀୟ ଜୁବିଲି ପଡିଆରେ ନୀଡ଼ସ ଏଜୁକେସନ, ବାରିପଦା ଆନୁକୂଲ୍ୟରେ ଅନୁଷ୍ଠିତ ଏନ ପି ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ବର୍ଷସାରା ପାଠପଢ଼ାରେ ବ୍ୟସ୍ତ ରହି ଭାରାକ୍ରାନ୍ତ ହୋଇପଡିଥିବା ଏହି ଯୁବକ ମାନଙ୍କୁ କ୍ରିକେଟ ଖେଳ ମାଧ୍ୟମରେ ସାମାନ୍ୟ ଆନନ୍ଦ ଦେବା ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା ବୋଲି ନିର୍ଦ୍ଦେଶକ ଦିପ୍ତୀପ୍ରକାଶ ବସା ପ୍ରକାଶ କରିଛନ୍ତି I ୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ହଷ୍ଟେଲ ୧୧ ସି ୫୪ ଦଳକୁ ୩ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା I ପ୍ରଥମେ ବ୍ୟାଟିଂ କରି ସି ୫୪ ଦଳ ୮ ଓଭରରେ ୫ ଉଇକେଟ ହରାଇ ମାତ୍ର ୩୨ ରନ ସଂଗ୍ରହ କରିଥିଲେ I ଉତ୍ତରରେ ହଷ୍ଟେଲ ୧୧ ଦଳ ୭.୨ ଓଭରରେ ୭ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I

ମାନସ କୁମାର ପାତ୍ର ଓ ସୁନୀଲ ବେହେରା ଖେଳ ପରିଚାଳନା କରିଥିବା ବେଳେ ଘନଶ୍ୟାମ ମହାନ୍ତ ସ୍କୋରିଙ୍ଗରେ ସହାୟତା କରିଥିଲେ I ରଥ ସିଂ ଶ୍ରେଷ୍ଠ ବଳର, ରଣଜିତ ପାଟୁଳିଆ ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ପୁରସ୍କୃତ ହୋଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପୁରସ୍କାର ବିତରଣ କରିବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କ୍ରିକେଟ ଖେଳାଳି ସୋମନାଥ ସିଂହ, କେନ୍ଦୁଆ କଲେଜର ଅଧ୍ୟାପକ ଚନ୍ଦ୍ରଶେଖର ମହାନ୍ତ, ତଥା ଅନୁସୟା ବସା, ମୂର୍ଚ୍ଛନା ଦାସ ପଟ୍ଟନାୟକ, ଓ ରାଜୀବ କୁମାର ଦାସ ଉପସ୍ଥିତ ଥିଲେ I ଆଲୋକ ବାରିକ ପୁରସ୍କାର ବିତରଣ ଉତ୍ସବ ପରିଚାଳନା କରିଥିଲେ I