Bal Baiganik News Photo

ଜିଜ୍ଞାସାରୁ ସୃଷ୍ଟି ବିଜ୍ଞାନ

State

ବାରିପଦା : ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀର ଦ୍ୱିତୀୟ ଦିବସରେ ଆୟୋଜିତ ସଭାରେ ଯୋଗଦାନ କରିଥିବା ଅତିଥି ମାନଙ୍କର ବହୁଗୁଣି ବକ୍ତବ୍ୟକୁନି ବୈଜ୍ଞାନିକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଦ୍ୱିତୀୟ ଦିବସ ସଭା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଅତିଥିମାନଙ୍କର ପରିଚୟ ପ୍ରଦାନ ରାଇରଙ୍ଗପୁରର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ କରିଥିବାବେଳେଧନ୍ୟବାଦ ଅର୍ପଣମଧ୍ୟ କରିଥିଲେ । ମଞ୍ଚରେ ସମସ୍ତ ଅତିଥି ବୃନ୍ଦଙ୍କୁଉପଢୌକନଦେଇ ସମ୍ବର୍ଦ୍ଧିତ କରାଯାଇଥିବା ସହ ଏମ୍ କେ ସିଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କଦ୍ୱାରା ସ୍ୱାଗତ ସଙ୍ଗୀତ ଗାନକରାଯାଇଥିଲା।ସେହି ପରି ବିଜ୍ଞାନ ପରିଦର୍ଶିକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମଞ୍ଚରେ ବିଭିନ୍ନ ଜିଲ୍ଲାରୁ ଆସିଥିବାବିଜ୍ଞାନ ପରିଦର୍ଶିକ ମାନଙ୍କୁସମ୍ବର୍ଦ୍ଧିତ କରିଥିଲେ।ମୁଖ୍ୟ ଅତିଥି ,ମାନ୍ୟବର ମହିଳା ଏବଂଶିଶୁ ବିକାଶ ଓ ମିଶନ ଶକ୍ତି ବିକାଶର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ତାଙ୍କ ବକ୍ତବ୍ୟରେ କହିଥିଲେଯେ 5Tକାର୍ଯ୍ୟକ୍ରମ ଦ୍ଵାରା ବିଦ୍ୟାଳୟରେ ହୋଇଥିବା ରୂପାନ୍ତରୀକରଣ ମାଧ୍ୟମରେବିଜ୍ଞାନାଗାର ଗୁଡ଼ିକନିର୍ମାଣ ହୋଇଛି ।ତେଣୁସମସ୍ତେ କୁନି ବୈଜ୍ଞାନିକତାହାରସବୁପଯୋଗକରିନିଜରଜ୍ଞାନରବିକାଶକରନ୍ତୁ। ଅନ୍ୟତମ ସମ୍ମାନିତ ଅତିଥି ମାନ୍ୟବର ବିଧାୟକବାରିପଦା, ଶ୍ରୀଯୁକ୍ତ ପ୍ରକାଶସୋରେନ୍ କହିଥିଲେ ଯେ କର୍ମମୟ ଛାତ୍ରଜୀବନରେ ସମୟାନୁବର୍ତ୍ତୀ ହୋଇ, ଦେଶ ଗଠନରେ ନିଜକୁ ସାମିଲ୍ କରିବାପାଇଁ।

ମାନ୍ୟବର ବିଧାୟକମୋରଡାଶ୍ରୀଯୁକ୍ତ ରାଜକିଶୋର ଦାସଲାଲବାହାଦୁର ଶାସ୍ତ୍ରୀଦେଇଥିବା ନାରା ” ଜୟ ଜବାନ୍ ଜୟ କିଶାନ୍ “ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ” ଜୟ ବିଜ୍ଞାନ” କଥାକୁନି ବୈଜ୍ଞାନିକ ମାନଙ୍କୁମନେପକାଇ ଦେଇଇଉରୋପୀୟ ଓ ଭାରତୀୟବୈଜ୍ଞାନିକମାନଙ୍କର ଦେଶ ଗଠନରେ ଭୂମିକାପ୍ରତି ଅବଗତ କରାଇଥିଲେ। ସେ ମଧ୍ୟ ତାଙ୍କ ଉଦ୍‌ବୋଧନରେ କହିଥିଲେ ନିଜର ଚେଷ୍ଟା, ପରିଶ୍ରମ ଓ ଅଧ୍ୟବସାୟ ବଳରେ ଅସମ୍ଭବକୁ ସମ୍ଭବ କରି ନିଜ ଲକ୍ଷ ସ୍ଥଳରେ ପହଞ୍ଚିପାରିବା। ଡ଼ି ଆର୍ ଡ଼ି ଓ ଚାନ୍ଦିପୁରବାଲେଶ୍ଵରର ସହ ନିର୍ଦ୍ଦେଶକ ଡ଼ଃ ନିଳାଦ୍ରି ରୟ ତାଙ୍କ ବକ୍ତବ୍ୟରେ “ଜିଜ୍ଞାସାରୁ ସୃଷ୍ଟି ବିଜ୍ଞାନ” ବୋଲି କହି ବିଜ୍ଞାନ ଉତ୍ପତିର କେବେ ଶେଷ ନାହିଁ ପ୍ରତ୍ୟେକମୂହୁର୍ତ୍ତରେ ବିଜ୍ଞାନର ନୂଆ ନୂଆ ତଥ୍ୟ ମାନ ସୃଷ୍ଟି କରାଯାଉଅଛି । ଉଦାହରଣରେ କରେ।ନାରେଭ୍ୟ।କ୍ସିନ୍, କ୍ୟାନସରର ନୂତନ ଔଷଧ ଇତ୍ୟାଦିବିଷୟରେ ମତପ୍ରକାଶକରିଥିଲେ।ଆଗାମୀ ଦିନରେ ଭୂମିକମ୍ପ ପୂର୍ବରୁ ତା’ର ପୂର୍ବ ଆଭାସର ଆବଶ୍ୟକତା ଓ ଅନ୍ୟାନ୍ୟ କ୍ଷେତ୍ରରେଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ବ ପୂର୍ଣ୍ଣ।ବ୍ୟାଟେରୀ କୁଯେପରିରିଚାର୍ଜ କଲେ ସେ ତାର କାର୍ଯ୍ୟରେ ଲାଗି ପଡ଼ିଥାଏ, ଠିକ୍ ସେହିପରି ନିଜକୁ ପ୍ରତ୍ୟେକ ମୂହୁର୍ତ୍ତରେଯୁଗ ସହିତ ଖାପ ଖୁଆଇ ଭବିଷ୍ୟତ ଜୀବନକୁ ଆଗକୁ ଆଗେଇ ନେବା ଉଚ଼ିତ୍। ଭଦ୍ରକସ୍ୱୟଂଶାସିତମହାବିଦ୍ୟାଳୟରପଦାର୍ଥ ବିଜ୍ଞାନୀ ଡଃ କମଳା କାନ୍ତ ଜେନା ତାଙ୍କ ବକ୍ତବ୍ୟରେଆଲବର୍ଟ ଆଇନଷ୍ଟାଇନଙ୍କ ଜୀବନୀ ଉପରେ ଏକ ସ୍ୱତନ୍ତ୍ର ବକ୍ତବ୍ୟ ରଖିଥିଲେ, ଯାହାକି କୁନି ବୈଜ୍ଞାନିକ ମାନଙ୍କ ମଧ୍ୟରେ ଏକ ପରିବର୍ତ୍ତନର ଚ଼ିନ୍ତାଧାରା ସୃଷ୍ଟି କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ସଭାପତିତ୍ୱ ଭାଷଣରେ କବିତା ମାଧ୍ୟମରେ ଥମାସ୍ ଏଡ଼ିସନ୍ଙ୍କର ବିଫଳତା ଓ ସଫଳତା ଜଣାଇ କହିଥିଲେ ଯେ ୩୯୯୯ଥର ବିଫଳ ହେବା ପରେ ୪୦୦୦ ଥରରେସଫଳତା ଲାଭ କରି ବିଜୁଳିବତୀ ଉଦ୍ଭାବନ କରିଥିଲେ ।ତେଣୁବିଫଳତାକୁ ଭୟ ନ କରି ସଫଳତା ହାସଲ ନିମନ୍ତେ ନିରନ୍ତର ଚ଼େଷ୍ଟା କରିବା ଉଚ଼ିତ ।ଏହି କାର୍ଯ୍ୟକ୍ରମରଭବିଷ୍ୟତର ବିଜ୍ଞାନୀମାନଙ୍କ ମଧ୍ୟରେ କାଗଜଭଙ୍ଗା, ବିଜ୍ଞାନ ଭିତ୍ତିକ ସ୍ଲୋଗାନ, ବିଜ୍ଞାନ ବକ୍ତୃତା, ସାଧାରଣ ଜ୍ଞାନ, ସଙ୍ଗୀତଇତ୍ୟାଦି ପ୍ରତିଯୋଗୀତା ମାନଆୟୋଜନ କରାଯାଇକୃତିତ୍ବ ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତକରାଯାଇଥିଲା।