Photo (1)

ମୟୂରଭଞ୍ଜ ସଡକ ସୁରକ୍ଷା ସପ୍ତାହ ପୁରସ୍କାର ବିତରଣୀ ଉତ୍ସବ

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲାବ୍ୟାପୀ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ପାଳନ ହୋଇଯାଇଛି। ଶନିବାର ଦିନ ବାରିପଦା ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୌଜନ୍ୟରେ ଆୟୋଜିତ ଏହି ପୁରସ୍କାର ବିତରଣୀ ସମାରୋହରେ ଏହି ସାତ ଦିନ ବ୍ୟାପି ହୋଇଥିବା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ସ୍ତରୀୟ ସ୍ଲୋଗାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗନେଇ ଆଜି ଛାତ୍ର ଛାତ୍ରୀ ମାନେ ପୁରସ୍କୃତ ହୋଇଥିଲେ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦେବା ସହିତ ସେମାନଙ୍କ ସହିତ କଥା ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ବାରିପଦା ଆଞ୍ଚଳିକ ପରିବହନ ଅଧିକାରୀ, ଶ୍ରୀ ବିସ୍ବରାଜ ବେହେରା ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ଅବିନାଶ ପାଣି ଏହି ପୁରସ୍କାର ବିତରଣୀ ସମାରୋହରେ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରକାଶ ଥାଉକି, ଏହି ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ, ସାମାଜିକ ସଚେତନତା ବାର୍ତା ଯଥା ” ସଡକ ସୁରକ୍ଷା ପରିବାର ରକ୍ଷା” ଭଳି ସ୍ଲୋଗାନ ବଜାଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ସମସ୍ତ ଚାଳକ ମାନେ ଯଥାରୀତି ପଦକ୍ଷେପ ଯେପରି, ମଦ୍ୟପାନକରି ଗାଡି ଚଳାଇବା କାର୍ଯ୍ୟକୁ ମାନିବ ତଥା ଆରକ୍ଷୀ ଅଧିକ୍ଷକ ମାନେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଦ୍ରୁତ ଗତିରେ ଯାଉଥିବା ଗାଡି ମାନଙ୍କ ବେଗ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ, ଯାନବାହାନ ମାନଙ୍କର ଫିଟ୍ନେସ, ବିନା ହେଲ୍ମେଟ ପିନ୍ଧି ଗାଡି ଚାଲାଣ ଆଦିକୁ ଆଖି ଆଗରେ ରଖି କାର୍ଯ୍ୟାନୁଷ୍ଠାନ କଡାକଡି କରିବା ନେଇ ବିଭିନ୍ନ ଜଣ ସଦାହରଣ ଏବଂ ସରକାରୀ କର୍ମଚାରୀ ଲୋକକଳା ମାଧ୍ୟମରେ ସନ୍ଦେଶ ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।