Manijanga Ucha Madhymika Bidyalayare Nua O Odisha Udjapana

ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅର୍ନ୍ତଗତ ମଣିଜଙ୍ଗ ଭଗବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନୋଡ଼ାଲ ଅଫିସର ଅଧ୍ୟାପକ ଆଶିଷ କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଓଡ଼ିଶାର ପାରମ୍ପରିକ ନୃତ୍ୟ,ସଂଗୀତ,କଳା,ସଂସ୍କୃତି ଓ କ୍ରୀଡ଼ାରେ ଛାତ୍ରମାନଙ୍କର ବେଶ ପାରଦର୍ଶିତା ଦେଖାଇଥିଲେ । ଏହାର ଉଦଯାପନୀ ଉତ୍ସବରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ନାୟକଙ୍କ ସଭାପତିତ୍ୱ ଏବଂ ଅଧ୍ୟାପିକା ବୀଣାପାଣି ରାଉତଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟିର ପ୍ରାକ୍ତନ ସମ୍ପାଦକ ସମାଜସେବୀ କୈଳାସ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଶାରଦାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ସୁରେନ୍ଦ୍ରନାଥ ରାଉତ, ଅଧ୍ୟାପକ ବିଶ୍ୱଜିତ୍ ମହାନ୍ତି, ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ ଦେବବ୍ରତ ପ୍ରମୁଖ ଯୋଗ ଦେଇ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଯୁବଶକ୍ତିର ବିକାଶ ଏବଂ ଅନ୍ତର୍ନିିହିତ ଗୁଣାବଳୀର ପରିପ୍ରକାଶର ବହୁମୁଖୀ ସାଫଲ୍ୟ ସଂକ୍ରାନ୍ତରେ ଆଲୋକପାତ କରିଥିଲେ ।

ଦ୍ୱିତୀୟବର୍ଷ ଛାତ୍ରୀ ଅନ୍ନପୂର୍ଣ୍ଣ ପାତ୍ରଙ୍କୁ ଚମ୍ପିୟନ ଏବଂ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପିକା ବୀଣାପାଣି ରାଉତଙ୍କ ସଂଯୋଜନାରେ ଅଧ୍ୟାପିକା କଳ୍ପନା ମହାନ୍ତି, ଅଧ୍ୟାପିକା ମାନସୀ ରାଉତରାୟ, ଅଧ୍ୟାପକ ସୟଦ ନସିମ୍ ଅହମ୍ମଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ବିକାଶଚନ୍ଦ୍ର ସୂତାର ଧନ୍ୟବାଦ ଅର୍ପଣ କରିଥିଲେ ।