Balika Atmarakhaya Talim Sibira Udjapita

ବାଳିକା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍‌ଯାପିତ

State

ନିଶ୍ଚିନ୍ତକୋଇଲି : ଉତ୍ତରକୂଳ ପଞ୍ଚାୟତ ସ୍ଥିତ ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ଶିକ୍ଷା ଓ ବୈଷୟିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ତିଳୋତ୍ତମା ନାୟକଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷିକା ଭାବେ ପ୍ରିୟଙ୍କା ନାୟକ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜ୍ଞାନରଂଜନ ଦାସଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଅଧ୍ୟାପିକା ଭାଗ୍ୟଶ୍ରୀ ଦାସ,ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ବିଜୟଲକ୍ଷ୍ମୀ ଭୋଇ,ଅଧ୍ୟାପକ ବିପିନ ବିହାରୀ ମହାନ୍ତି,ଅଧ୍ୟାପକ ପ୍ରଦୀପ୍ତ ତ୍ରିପାଠୀ ଯୋଗ ଦେଇ ଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜକୁ ସୁରକ୍ଷା ରଖିବାକୁ ଆତ୍ମରକ୍ଷା କୌଶଳର ନିତ୍ୟାନ୍ତ ଆବଶ୍ୟକତା ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଅଧ୍ୟାପକ ଡ଼ଃ ବିଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।